କରୋନା ସଂକ୍ରମଣ ଶେଷ ହେବା ପରେ ହାତ ମିଳାଅ, ଆଲିଙ୍ଗନ କର: ସଲ୍‌ମାନ

ବମ୍ବେ: ବିଶ୍ୱରେ ଏବେ କରୋନା ଭୟ। ଚାଇନାରୁ ସୃଷ୍ଟ ଏହି ରୋଗ କବଳକୁ ଅଶୀରୁ ଅଧିକ ଦେଶ ଆସି ସାରିଲେଣି। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ଲକ୍ଷେ ଟପିଛି। ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୩୧ ଟପିଛି। ଏହା ଜଣାପଡ଼ିବା ପରେ ଲୋକମାନଙ୍କୁ ଅନେକ ଦିଗରୁ ସଚେତନ କରାଯାଉଛି। ଅଭିନେତା ସଲ୍‌ମାନ ଖାଁ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଏକ ଫଟୋ ଶେୟାର କରି କହିଛନ୍ତି, ଆମ ସଭ୍ୟତା ହାତ ଯୋଡ଼ି ନମସ୍କାର କହିବାର, ସଲାମ କରିବାର ଶିଖାଉଛି। ଯେତେବେଳେ କରୋନା ସଂକ୍ରମଣ ଶେଷ ହୋଇଯିବ, ସେତେବେଳେ ହାତ ମିଶାଇବ, ଆଲିଙ୍ଗନ କରିବ। ଭାଇଜାନ୍‌ଙ୍କ ଏହି ପୋଷ୍ଟ ଏବେ ଭାଇରାଲ ହେଉଛି। ଲୋକମାନେ ସଲ୍‌ମାନଙ୍କ ଫିଟ୍‌ନେସ୍‌ର ପ୍ରଶଂସା କରିବା ସହ ତାଙ୍କ ନିକଟକୁ ଆସିବା ପୂର୍ବରୁ କରୋନା ଅନେକ ଥର ଭାବିବ ବୋଲି କହୁଛନ୍ତି।ପୂର୍ବରୁ ବଲିଉଡ୍‌ର ଅଭିନେତାମାନେ ହାତରେ ଗ୍ଲୋବ୍ସ ଏବଂ ମୁହଁରେ ମାସ୍କ ଲଗାଇ ଯାତ୍ରା କରୁଥିବା ନଜରକୁ ଆସିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକେ ନିଜର ବିଦେଶ ଗସ୍ତ ବାତିଲ ମଧ୍ୟ କରୁଛନ୍ତି।

Share