କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ୬ ଦିନରେ ହଜାରେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରୁଛି ଚାଇନା

ବେଜିଂ,୨୬।୧: କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଇତିମଧ୍ୟରେ ଚାଇନାରେ ୫୬ ଜଣଙ୍କ ମୃତ୍ୟୁ ଘଟିଛି। ୨୩୭ ଲୋକ ଗୁରୁତର ଭାବେ ଏହାଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସେହିପରି ୧,୯୬୫ ସନ୍ଦିଗ୍ଧଙ୍କ ମଧ୍ୟରୁ ୧,୨୮୭ ଜଣଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି। ସର୍ବାଧିକ ମୃତ୍ୟୁ ଘଟଣା କେନ୍ଦ୍ରୀୟ ଚାଇନାର ହୁବେଇ ପ୍ରଦେଶରେ ଘଟିଛି। ଏହାକୁ ଦୃଷ୍ଟିରେ ରଖି ଚାଇନା ସରକାର ବୁହାନ୍‌ ପ୍ରଦେଶରେ ହଜାରେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ପାଇଁ ଚାଇନା ସରକାର ଘୋଷଣା କରିଛନ୍ତି। ଏହାର ନିର୍ମାଣ କାର୍ଯ୍ୟ ଜୋର୍‌ସୋର୍‌ ଜାରି ରହିଛି। ୨୫ ହଜାର ବର୍ଗଫୁଟ ଅଞ୍ଚଳରେ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୦୩ରେ ସ୍ପର୍ସ ଭୁତାଣୁ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଚାଇନା ସରକାର ୭ ଦିନ ମଧ୍ୟରେ ବେଜିଂରେ ଏକ ହସ୍ପିଟାଲ ନିର୍ମାଣ କରିଥିଲେ। ଚଳିତ ଥର ୬ ଦିନରେ ହସ୍ପିଟାଲ ନିର୍ମାଣ କରି ଚାଇନା ପୂର୍ବର ରେକର୍ଡ ଭାଙ୍ଗିବା ଲାଗି ଯୋଜନା କରିଥିବା କୁହାଯାଉଛି।

Share