କରୋନା ରୋଗୀଙ୍କ ପାଇଁ ରକ୍ତଦାନ

କଟକ ଅଫିସ,୨୦।୪: ରକ୍ତ ଅଭାବ ସମସ୍ୟା ଦୂରେଇବାକୁ ରକ୍ତଦାନର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି କରୋନା ରୋଗୀଙ୍କ ପାଇଁ କୃଷକ ବଜାର ବ୍ୟବସାୟୀ ସଂଘ ଏବଂ ଏସ୍‌ସିବି ମେଡିକାଲ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଧର୍ମେଶ ନାୟକଙ୍କ ତତ୍ତ୍ବାବଧାନରେ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ବିଡାନାସୀ ଥାନା ଅଧିକାରୀ ଲକ୍ଷ୍ମୀନାରାୟଣ ତିୱାରୀ, କୃଷକ ବଜାର ସମ୍ପାଦକ ନରେନ୍ଦ୍ର ସେଠୀ, ସଭାପତି ଚନ୍ଦନ ସାହୁ, ଛତ୍ରବଜାର ବ୍ୟବସାୟୀ ସଂଘ ସଭାପତି ଦେବେନ୍ଦ୍ର ନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏସ୍‌ସିବିର ଭ୍ରାମ୍ୟମାଣ ରକ୍ତ ସଂଗ୍ରହକାରୀ ଭ୍ୟାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା।