କରୋନା ରୋଗୀଙ୍କୁ ଖାଦ୍ୟ, ଔଷଧ ଦେଉଛି ରୋବୋଟ

ନୂଆଦିଲ୍ଲୀ,୧୦।୨: ଚାଇନାରେ କରୋନା ଭାଇରସ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ମୃତ୍ୟୁସଂଖ୍ୟା ୯୦୦ ଟପିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪,୮୦୦କୁ ବୃଦ୍ଧି ପାଇଛି। କରୋନା ଭାଇରସ୍‌ ଏତେ ମାରାତ୍ମକ ଯେ, ରୋଗୀଠାରୁ ୬ ଫୁଟ୍‌ ଦୂରରେ ଥିଲେ ମଧ୍ୟ ଏହା ଅନ୍ୟ ଜଣଙ୍କୁ ଡେଇଁପାରେ। ଏହି କାରଣରୁ ଚାଇନାରେ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ରୋବୋଟକୁ ନିୟୋଜିତ କରାଯାଇଛି। ଏହି ରୋବୋଟ ରୋଗୀଙ୍କୁ ଖଶଦ୍ୟ ଏବଂ ଔଷଧ ଯୋଗାଇଦେଉଛି। ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣ ସ୍ଥିତି ଯେଉଁଭଳି ଭାବେ ବଢ଼ିଚାଲିଛି, ତାହା ବିଶ୍ୱବାସୀଙ୍କୁ ଆତଙ୍କିତ କରିପକାଇଛି। ବର୍ତ୍ତମାନ ସୁଦ୍ଧା ୨୭ ଦେଶକୁ କରୋନା ଭାଇରସ ସଂକ୍ରମଣ ହୋଇସାରିଛି।

Share