କରୋନା ରିଲିଫ୍‌ ପାଣ୍ଠିରୁ ୨୬୧ କୋଟି ଲୁଟି ନେଲେ ହ୍ୟାକର

ବର୍ଲିନ୍‌,୨୦।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଜାରି ରହିଛି। ସହାୟତା ପାଇଁ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷ କରୋନା ରିଲିଫ୍‌ ପାଣ୍ଠିକୁ ଦାନ ମଧ୍ୟ ଦେଉଛନ୍ତି। ଏହି ଅର୍ଥ କରୋନା ଲଢ଼େଇରେ ବିନିଯୋଗ ହେବ। ଯାହାଦ୍ୱାରା ସମାଜର ହିତ ସାଧନ ହୋଇପାରିବ। କିନ୍ତୁ କେତେକ ଅପରାଧୀ ଏଭଳି ସଙ୍କଟ ଜନକ ସ୍ଥିତିରେ ମଧ୍ୟ ସହାୟତା ପାଣ୍ଠିକୁ ଲୁଟି ନେଉଛନ୍ତି। ଏପରି ଏକ ଘଟଣା ଜର୍ମାନୀର ନର୍ଥ ରାଇନ୍‌-ଓ୍ବେଷ୍ଟଫେଲିଆ ପ୍ରଦେଶରେ ଘଟିଛି। ଏଠାକାର ସରକାରୀ ଓ୍ବେବସାଇଟ୍‌ର କରୋନା ରିଲିଫ୍‌ ପାଣ୍ଠିରୁ କେତେକ ହ୍ୟାକର ୨୬୧ କୋଟି ଟଙ୍କା ଲୁଟି ନେଇଛନ୍ତି। ହ୍ୟାକର ସରକାରୀ ଓ୍ବେବସାଇଟ୍‌ର ଏକ କପି ପ୍ରସ୍ତୁତ କରି ଏହାକୁ ଫିଶିଙ୍ଗ ଆଟାକ୍ସ୍‌ରେ ସଂଯୁକ୍ତ କରି ଏହାଦ୍ୱାରା ଇ-ମେଲ୍‌ କ୍ୟାମ୍ପେନ୍‌ ଆରମ୍ଭ କରିଥିଲେ। ହଜାର ହଜାର ବ୍ୟବହାର କର୍ତ୍ତାଙ୍କୁ ଏହା ପ୍ରେରଣ କରାଯାଇଥିଲା। ପରେ ରିଲିଫ୍‌ ପାଣ୍ଠିକୁ ଅନ୍ୟ ଏକ ଆକାଉଣ୍ଟ୍‌କୁ ସ୍ଥାନାନ୍ତର କରିଥିବା ତଦନ୍ତକାରୀ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଟଙ୍କା ଲୁଟ୍‌ ହେଉଥିବା ନେଇ ସରକାରଙ୍କୁ କୌଣସି ଖବର ମିଳିପାରି ନ ଥିଲା। ୫୭୬ ରିପୋର୍ଟ ସରକାରୀ ଓ୍ବେବସାଇଟ୍‌କୁ ଆସିବା ପରେ ଲୁଟ୍‌ ସମ୍ପର୍କରେ ସରକାର ଜାଣିଥିଲେ। ଏହାପରେ ଏପ୍ରିଲ୍‌ ୯ଠାରୁ ଏହି ଓ୍ବେବସାଇଟ୍‌କୁ ସରକାରଙ୍କ ପକ୍ଷରୁ ବନ୍ଦ କରାଯାଇଥିଲା। ଏହି ଲୁଟ୍‌ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହଠାରୁ ଆରମ୍ଭ ହୋଇଥିବା ତଦନ୍ତକାରୀ ଦଳ କହିଛନ୍ତି। କରୋନା ସହାୟତା ପାଇଁ ଲୋକଙ୍କ ପାଖକୁ ୩୮୦,୦୦୦ ଅନୁରୋଧ କରାଯାଇଥିବା ଇ-ମେଲ୍‌ ପ୍ରେରଣ କରାଯାଇଥିଲା। ସେଥିମଧ୍ୟରୁ ୩୬୦,୦୦୦ ଜଣ ରିଲିଫ୍‌ ପାଣ୍ଠିକୁ ଦାନ କରିଥିଲେ ବୋଲି ତଦନ୍ତକାରୀ ଦଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାଇନିଂ ଟେବୁଲରେ ହେଲା ଝଗଡ଼ା, ଭାଉଜ-ଭାଇଙ୍କୁ ହତ୍ୟା କଲା ଭାଇ

ଲକ୍ଷ୍ନୌ,୧୯।୨ ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଏକ ସାମାନ୍ୟ ଝଗଡ଼ା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି । ଜଣେ ଯୁବକ ତାଙ୍କ ଭାଉଜ ଏବଂ ଭାଇଙ୍କୁ ଧାରୁଆ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଆଜିଠୁ ମାଟ୍ରିକ୍‌ ପରୀକ୍ଷା: ପରୀକ୍ଷା ଦେବେ ୫ ଲକ୍ଷ ୬୧ ହଜାର ୯୭୯ଜଣ ପରୀକ୍ଷାର୍ଥୀ

କଟକ,୧୯।୨(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହେବ।…

ଗର୍ଭବତୀଙ୍କୁ ହତ୍ୟାକଲେ ସିଏ ସ୍ବାମୀ, ପୋଲିସରୁ କହିଲେ ମିଛ କାହାଣୀ

ଚଣ୍ଡିଗଡ଼,୧୯।୨: ସ୍ବାମୀ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ) ଏବଂ ସ୍ତ୍ରୀ ହେଉଛନ୍ତି ଜଣେ ବ୍ୟାଙ୍କ ଅଧିକାରୀ। ସେମାନଙ୍କ ବିବାହକୁ ମାତ୍ର ୪ ମାସ ପୂରିଛି । ହେଲେ…

ବିକଶିତ ବରଗଡ଼ରେ ଆଇନଶୃଙ୍ଖଳା ବ୍ୟବସ୍ଥା ହୁଗୁଳା

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ବିକାଶପଥକୁ ମୁହଁାଉଛି। ରାସ୍ତା ପ୍ରଶସ୍ତୀକରଣ ସହିତ ରାସ୍ତାପାର୍ଶ୍ୱରେ ନୂତନ ଭାବେ ଡ୍ରେନ ନିର୍ମାଣ ହେଉଛି। ସେହିପରି ରାସ୍ତା ପ୍ରଶସ୍ତୀକରଣ ସମୟରେ ଉଚ୍ଛେଦ ଉଠାଦୋକାନୀଙ୍କୁ…

ମାର୍ଚ୍ଚ ୧୬ରେ ରାଜ୍ୟ ସଭା ୩୭ ଆସନରେ ନିର୍ବାଚନ, ଓଡ଼ିଶାରୁ ୪

ଭୁବନେଶ୍ବର,୧୯।୨(ରବିନାରାୟଣ ଜେନା): ରାଜ୍ୟ ସଭାରେ ଖାଲି ହେବାକୁ ଥିବା ୧୦ ରାଜ୍ୟର ମୋଟ ୩୭ ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବ। ଏଥିରେ ଓଡ଼ିଶାର…

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri