କରୋନା ଯୋଦ୍ଧାଙ୍କ ପାଇଁ ୫ କୋଟି ଟଙ୍କା ଦାନକଲେ ଉର୍ବଶୀ

କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ୍‌ କଳାକାର। ଏହି ତାଲିକାରେ ସାମିଲ ହୋଇଛନ୍ତି ଆଉ ଜଣେ ଅଭିନେତ୍ରୀ। ସେ ହେଲେ ଅଭିନେତ୍ରୀ ଉର୍ବଶୀ ରୌତେଲା। ଉର୍ବଶୀ ୫ କୋଟି ଟଙ୍କାର ସହାୟତା କରିଛନ୍ତି।
କରୋନା ସହାୟତା ପାଇଁ ନିକଟରେ ଉର୍ବଶୀ ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ରେ ଅନ୍‌ଲାଇନ୍‌ ଡ୍ୟାନ୍ସ କ୍ଲାସ ଆରମ୍ଭ କରିଥିଲେ। ଏହି ଡ୍ୟାନ୍ସ କ୍ଲାସରେ ୧୮ କୋଟି ଲୋକ ଯୋଡି ହୋଇଥିବା ବେଳେ ଉର୍ବଶୀ ୫ କୋଟି ଟଙ୍କା ଆୟ କରିଥିଲେ। ଏହି ଟଙ୍କାକୁ ସେ କ୍ରାଇ ଓ ସ୍ବଦେଶ ଫାଉଣ୍ଡେଶନକୁ ଦେଇଛନ୍ତି। ଏହି ଫାଉଣ୍ଡେଶନ ଦ୍ୱୟ କରୋନାର ଫ୍ରଣ୍ଟଲାଇନ ଓ୍ବାର୍କର୍ସ ପାଇଁ କାମ କରୁଛି। ଅନ୍‌ଲାଇନ୍‌ରେ ଉର୍ବଶୀ ଜୁମ୍ବା, ଟବାଟା ଓ ଲାଟିନ ନୃତ୍ୟ ଶିଖାଇଛନ୍ତି।

Share