କରୋନା ଯୋଦ୍ଧାଙ୍କ ଉପରେ ପୁଷ୍ପବୃଷ୍ଟି କରାଗଲା

ବନ୍ତ,୬।୫(ଡି.ଏନ୍‌.ଏ.)-କରୋନା ଲଢେଇରେ ଦିନରାତି ଏକ କରି ଲୋକ ମାନଙ୍କୁ ସେବା ଯୋଗାଇ ଆସୁଥିବା ଯୋଦ୍ଧା ମାନଙ୍କ ଉପରେ ମହାସଂଘର ମହିଳା ମାନେ ପୁଷ୍ପବୃଷ୍ଟି କରିଛନ୍ତି। ବୁଧବାର ଭଦ୍ରକ ଜିଲା ବନ୍ତ ଥାନା ପରିସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଜ୍ୟୋର୍ତିମୟୀ ମହିଳା ମହାସଂଘର ସଭାନେତ୍ରୀ କମଳା ଜେନା, କୋଷାଧ୍ୟକ୍ଷା କଳ୍ପନା ପଣ୍ଡାଙ୍କ ନେତୃତ୍ୱରେ ସୁକାନ୍ତୀ ପଢିଆରୀ, ତୁଳସୀ ନାୟକ, ମାଳତୀ ଜେନାଙ୍କ ସମେତ ଏସ.ଏଚ୍‌.ଜିର ମହିଳା ମାନେ ଥାନା ପରିସରରେ ପହଞ୍ଚତ୍ଥିଲେ। ସେଠାରେ ଉପସ୍ଥିତ ଥାନାଧିକାରୀ ମିନା ବିନ୍ଧାଣୀଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଓ ଖବରଦାତା ମାନଙ୍କୁ ବନ୍ଦାପନା କରିବା ସହ ସେମାନଙ୍କ ଉପରେ ପୁଷ୍ପବୃଷ୍ଟି କରିଥିଲେ। ଏଥିସହ ମହିଳା ମାନେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିବା ସହିତ ଜୟଧ୍ୱନି ଦେଇଥିଲେ। ପରେ ସମସ୍ତଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ସିଡିପିଓ ରେଣୁବାଳା ଦାଶ, ଓଡିଶା ଜୀବିକା ମିଶନର ବନୋଜ ଦାସ ଓ ମିଶନଶକ୍ତିର ବିପିସି ଚିରଞ୍ଜୀବ୍‌ ଦାସ ପ୍ରମୁଖ ଉପସ୍ଥିତ ଥିଲେ।