କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ପତ୍ର ପ୍ରଦାନ

ଖପ୍ରାଖୋଲ, ୨୨ା୪(ଡି.ଏନ.ଏ.): କରୋନା ମୁକାବିଲା ପାଇଁ ଯୋଦ୍ଧା ଭାବରେ ପ୍ରଥମ ଧାଡିରେ ରହି ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ପରିବାରକୁ ଭୁଲି କାମ କରୁଛନ୍ତି ସେମାନେ ପ୍ରଶଂସନୀୟ। ଏହି ଉଦ୍ଦେଶ୍ୟରେ ବଲାଙ୍ଗୀର ଜିଲା ଖପ୍ରାଖୋଲ ଭାଜପା ମଣ୍ଡଳ ତରଫରୁ କରୋନା ଯୋଦ୍ଧାଙ୍କୁ ବୁଧବାର ଧନ୍ୟବାଦ ପତ୍ର ପ୍ରଦାନ କରାଯାଇଥିଲା । ମଣ୍ଡଳ ସଭାପତି ଦେବକାନ୍ତ ପାଣିଗ୍ରାହୀଙ୍କ ନେତୃତ୍ୱରେ ବଲାଙ୍ଗୀର ଏମପି ଖପ୍ରାଖୋଲ ବ୍ଲକ ପ୍ରତିନିଧି ଅଭୟ ତ୍ରିପାଠୀ, ଶଶି ପୂଝାରୀ, ସତ୍ୟାନନ୍ଦ ସେନ୍ଦ୍ରିଆ, ମାନସ୍‌ ଠାକୁର, ଜିଲା ପରିଷଦ ସଭ୍ୟ ବିପ୍ର ବିଶି ପ୍ରମୁଖ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତରଣୀ ସୁନା, ମେଡିକାଲ ଅଫିସର ଡା.ସୁରଜ ଦିପ୍‌, ଥାନା ଆଇଆଇସି ଜ୍ୟୋତିରଞ୍ଜନ ପତି, ତହସିଲଦାର ନିରଞ୍ଜନ ନାଏକଙ୍କ ସମେତ ବ୍ୟାଙ୍କ କର୍ତ୍ତୃପକ୍ଷ , ସଫେଇ କର୍ମଚାରୀଙ୍କ ସମେତ ବିଭାଗୀୟ କର୍ମକର୍ତ୍ତାଙ୍କୁ ପୁଷ୍ପଗୁଛ ଓ ଧନ୍ୟବାଦ ପତ୍ର ପ୍ରଦାନ କରିଥିଲେ।