Categories: ବାଣିଜ୍ୟ

କରୋନା ଯୋଦ୍ଧାଙ୍କୁ ଏଲ୍‌ଆଇସିର ସମ୍ବର୍ଦ୍ଧନା

ଭୁବନେଶ୍ୱର,୩। ୫: ଲକ୍‌ଡାଉନ ସମୟରେ ଏଲ୍‌ଆଇସିର ମଣ୍ଡଳ କାର୍ଯ୍ୟାଳୟ କାର୍ଯ୍ୟ ଜାରି ରହିଛି। କରୋନା ବିରୋଧରେ ଲଢେଇ ଜାରି ରଖିଥିବା ଯୋଦ୍ଧାଙ୍କୁ ଏଲଆଇସି ସମର୍ଥନ ଜଣାଇଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ସଫେଇ କର୍ମଚାରୀଙ୍କୁ ଏଲ୍‌ଆଇସି ପକ୍ଷରୁ ସୂର୍ଯ୍ୟନଗରସ୍ଥିତ ମଣ୍ଡଳ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଅକ୍ଷୟ କୁମାର ସାହୁ ସଫେଇ କର୍ମୀଙ୍କୁ ସମ୍ବର୍ଦ୍ଧିିତ କରିଥିଲେ। କାର୍ଯ୍ୟକ୍ରମରେ ବିପଣନ ପ୍ରବନ୍ଧକ ଅନନ୍ତ ଭୂଷଣ ରଥ ସଫେଇ କର୍ମଚାରୀଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ବିକ୍ରୟ ପ୍ରବନ୍ଧକ ଅଶୋକ କୁମାର ରାଏ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Share