କରୋନା ଯୋଗୁ ଚାଇନାରେ ବଢୁଛି ଛାଡ଼ପତ୍ର ମାମଲା

ବେଜିଂ,୧୪।୩: ଚାଇନାରେ କରୋନା ସଂକ୍ରମଣ ଯୋଗୁ ବହୁ ଲୋକେ ଘରେ ବନ୍ଦୀ ଭଳି ଜୀବନ ବିତାଉଛନ୍ତି। ଏହାଦ୍ୱାରା ସ୍ତ୍ରୀ-ସ୍ବାମୀ ଅଧିକ ସମୟ ଧରି ଏକାଠି ରହୁଥିବାରୁ ପରସ୍ପର ମଧ୍ୟରେ ମତଭେଦ ଏବଂ ବିବାଦ ସୃଷ୍ଟି ହେଉଛି। ଫଳରେ ଦମ୍ପତି ଛାଡ଼ପତ୍ର ପାଇଁ କୋର୍ଟର ଦ୍ୱାରସ୍ଥ ହେବାରେ ଲାଗିଛନ୍ତି। ଗୋଟିଏ ପଟେ କରୋନା ଯୋଗୁ ଲୋକଙ୍କର ମୃତ୍ୟୁ ଘଟୁଥିବାବେଳେ ପାରିବାରିକ ଜୀବନରେ କଳହ ଯୋଗୁ କେତେକ ଦମ୍ପତି ଛାଡ଼ପତ୍ର ଦେବାକୁ ଶ୍ରେୟ ମଣୁଥିବା ସ୍ଥାନୀୟ ମିଡ଼ିଆ ରିପୋର୍ଟରେ ଦର୍ଶାଯାଇଛି। ୨୪ ଫେବୃୟାରୀ ସୁଦ୍ଧା ୩୦୦ରୁ ଅଧିକ ଦମ୍ପତି ଛାଡ଼ପତ୍ର ଲାଗି କୋର୍ଟରେ ଆବେଦନ କରିଛନ୍ତି। ବ୍ୟସ୍ତ ବହୁଳ ଜୀବନରେ କରୋନା ଯୋଗୁ ବାଧ୍ୟ ହୋଇ ଦମ୍ପତି ଅଧିକ ସମୟ ଧରି ଏକାଠି ରହିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି।

Share