କରୋନା ଯୋଗୁ ଆମେରିକାରେ ଅଚଳାବସ୍ଥା: ଖାଦ୍ୟ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଲୋକେ

ଓ୍ବାଶିଂଟନ,୧୯।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। କରୋନା ଯୋଗୁ ବିକଶିତ ଦେଶ ଆମେରିକାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏଠାରେ ଲଖ୍‌ ଡାଉନ୍‌ ଯୋଗୁ ୨ କୋଟି ୨୦ ଲକ୍ଷ ଲୋକ ବେକାର ହୋଇଛନ୍ତି। ଲୋକଙ୍କ ପାଖରେ ଖାଇବା ପାଇଁ ଖାଦ୍ୟର ଅଭାବ ଦେଖାଦେଇଛି। ବହୁ ଲୋକ ଖାଦ୍ୟ ବ୍ୟାଙ୍କ୍‌ ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହୁଥିବାରୁ ଦେଖିବାକୁ ମିଳୁଛି। ଲୋକେ ଦୂରରେ କାର ରଖି ଖାଦ୍ୟ ବ୍ୟାଙ୍କ ଆଗରେ ଧାଡ଼ିବାନ୍ଧି ଅପେକ୍ଷା କରୁଛନ୍ତି। କେତେକ ମହିଳା ନିଜ ନିଜ ଛୋଟ ଛୁଆଙ୍କୁ ଧରି ଖାଦ୍ୟ ପାଇଁ ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି ବୋଲି ପେନସିଲ୍‌ଭାନିଆର କମ୍ୟୁନିଟି ଫୁଡ୍‌ ବ୍ୟାଙ୍କ୍‌ର ଉପାଧ୍ୟକ୍ଷ ବ୍ରାଉନ୍‌ ଗୁଲିଶ୍‌ ସୂଚନା ଦେଇଛନ୍ତିି।

Share