କରୋନା ମୃତ୍ୟୁ ସଂଖ୍ୟା ଛୁଇଁଲା ୨ ଲକ୍ଷ ୫୮ ହଜାର

ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୫: ପୃଥିବୀର ବିଭିନ୍ନ ଦେଶରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ପୃଥିବୀରେ ମୃତକଙ୍କ ସଂଖ୍ୟା ୨ ଲକ୍ଷ ୫୮ ହଜାର ୩୪୪ ଛୁଇଁଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୩୭ ଲକ୍ଷ ୨୭ ହଜାର ୯୪୭ରେ ପହଞ୍ଚିଛି। ସେହିପରି ୧୨ ଲକ୍ଷ ୪୨ ହଜାର ୪୩୨ ସଂକ୍ରମିତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୩୭ ହଜାର ୬୩୩ ଥିବାବେଳେ ମୃତ୍ୟୁ ସଂଖ୍ୟା ୭୨ ହଜାର ୨୭୧ ରହିଛି। ସ୍ପେନ୍‌ରେ ୨ ଲକ୍ଷ ୫୦ ହଜାର ୫୬୧ଜଣ ସଂକ୍ରମିତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୨୫ ହଜାର ୬୧୩ ରହିଛି। ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୧୩ ହଜାର ୧୩ ରହିଛି। ଏଠାରେ ମୃତକଙ୍କ ସଂଖ୍ୟା ୨୯ ହଜାର ୩୧୫ ରହିଛି। ବ୍ରିଟେନରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୪ ହଜାର ୯୯୦ ରହିଛି ଏବଂ ମୃତକଙ୍କ ସଂଖ୍ୟା ୨୯ହଜାର ୪୨୭ ରହିଛି। ସେହିପରି ଫ୍ରାନ୍ସ୍‌ରେ ଏକ ଲକ୍ଷ ୭୦ ହଜାର ୫୫୧ ସଂକ୍ରମିତ ଥିବାବେଳେ ମୃତକଙ୍କ ସଂଖ୍ୟା ୨୫ ହଜାର ୫୩୧ ରହିଛି। ଜର୍ମାନୀରେ ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ୬୭ ହଜାର ୭ ଥିବାବେଳେ ମୃତ୍ୟୁ ସଂଖ୍ୟା ୬ ହଜାର ୯୯୩ ରହିଛି। ରୁଷ୍‌ରେ କରୋନା ମୃତ୍ୟୁ ସଂଖ୍ୟା ୧,୪୫୧ ରହିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧୫୫, ୩୭୦ ରହିଛି।

Share