କରୋନା ମୁକାବିଲା: ୨୫ ପଞ୍ଚାୟତରେ ୪୫୦ ଶଯ୍ୟା ପ୍ରସ୍ତୁତ

ଦାରିଙ୍ଗବାଡ଼ି,୧୦ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ପ୍ରତିହତ ପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅସ୍ଥାୟୀ କୋଭିଡ୍‌-୧୯ ହସ୍ପିଟାଲ କରାଯାଇଥିବା ବେଳେ ସମସ୍ତ ୨୫ ପଞ୍ଚାୟତରେ ୪୫୦ ଶଯ୍ୟା ପ୍ରସ୍ତୁତ କରାଯାଇଛି। ବାହାର ରାଜ୍ୟ ଏବଂ ଜିଲାରୁ ଆସିଥିବା ଲୋକଙ୍କୁ ଉକ୍ତ କ୍ୱାରାଣ୍ଟାଇନ ଗୃହରେ ରଖାଯାଉଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିପାଇଁ ସମସ୍ତ ପଞ୍ଚାୟତରେ କରାଯାଇଥିବା କ୍ୱାରାଣ୍ଟାଇନରେ ୨୪ ଘଣ୍ଟିଆ ଆଲୋକ ବ୍ୟବସ୍ଥା ପାଇଁ ଜେନେରେଟର ଏବଂ ଇନ୍‌ଭଟର ବ୍ୟବସ୍ଥା କରାଯାଇଛି। ସେହିପରି ଗଦି, ବେଡ୍‌ସିଟ୍‌, ଖଟ, ଚପଲ ଏବଂ ସାନିଟାଇଜର ବ୍ୟବସ୍ଥା ମଧ୍ୟ କରାଯାଇଛି। ସମସ୍ତ ପଞ୍ଚାୟତରେ ନୋଡାଲ ଅଫିସରଙ୍କୁ ନିୟୋଜିତ କରାଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟରେ ବିଡିଓ ଡ.ଜଗଦୀଶ ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ବ୍ଲକର ସମସ୍ତ କର୍ମଚାରୀ ନିୟୋଜିତ ହୋଇଛନ୍ତି।