କରୋନା ମୁକାବିଲା ଲାଗି ଏସ୍‌ଏଚ୍‌ଜି ସହାୟତା ଦେଲା

ସମ୍ବଲପୁର, ୩୦।୪ (ବ୍ୟୁରୋ)- କରୋନା ମୁକାବିଲା ଲାଗି କନଖିଣ୍ଡା ପଞ୍ଚାୟତ ସ୍ବୟଂ ସହାୟକ ଗୋଷ୍ଠୀ ମାଁ ସମଲେଶ୍ୱରୀ-ଏ ୧୦ ହଜାର ଟଙ୍କା ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ପ୍ରଦାନ କରିଛି। ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ତ୍ରିପାଠୀଙ୍କୁ ସଦସ୍ୟାମନେ ଚେକ୍‌ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏ ଏପିଡି ମହେନ୍ଦ୍ର ମହାପାତ୍ର, ନାବାର୍ଡ ଏଜିଏମ ଦେବେଶ ବେହେରା, ଏସ୍‌ବିଆଇ ଏଡିଏମ ଯୁଗଳ କିଶୋର ଶତପଥୀ, ପରମ୍‌ଜ୍ୟୋତି ବିଦ୍ୟା ନିକେତନର ମନୋଜ ସିହ୍ନା ଓ ଇମାନୁଏଲ୍‌ ସୁନା ଉପସ୍ଥିତ ଥିଲେ।