କରୋନା ମୁକାବିଲା ପାଇଁ ବିଭିନ୍ନ ଧର୍ମଗୁରୁଙ୍କ ବୈଠକ ଡାକିଲେ ଜିଲାପାଳ

ରାୟଗଡା ଅଫିସ,୫।୪: ରାୟଗଡା ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭାଗୃହରେ ରବିବାର ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ରାୟଗଡା ସହରରେ ଥିବା ଚର୍ଚ୍ଚ, ମସଜିଦ, ମନ୍ଦିର ପରି ଧାର୍ମିକ ଅନୁଷ୍ଠାନର ଧର୍ମଗୁରୁ ତଥା ଧର୍ମଯାଜକଙ୍କ ସହ ଆଲୋଚନା କରିଛନ୍ତି ଜିଲାପାଳ। ଏଥିରେ ଦିଲ୍ଲୀ ନିଜାମୁଦ୍ଦିନ କିମ୍ବା ବାହାର ରାଜ୍ୟ ଯାତ୍ରା କରି ଫେରିଥିବା ବ୍ୟକ୍ତିମାନେ ନିଜକୁ ପ୍ରଶାସନର ଦୃଷ୍ଟିକୁ ଆଣନ୍ତୁ। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମଧ୍ୟ ୧୦୪ ନମ୍ବରକୁ ଯୋଗାଯୋଗ କରି ନିଜର ନାମ ପଞ୍ଜିକରଣ କରାନ୍ତୁ। କରୋନାକୁ ଗୋଷ୍ଠୀ ସଂକ୍ରମଣରେ ପରିଣତ ନ କରିବା ପାଇଁ ସବୁ ଧର୍ମଗୁରୁଙ୍କ ସହଯୋଗ ଲୋଡ଼ିଛନ୍ତି ଜିଲାପାଳ।