Categories: ବାଣିଜ୍ୟ

କରୋନା ମୁକାବିଲାରେ ସାମିଲ୍‌ ହେଲେ ଜୁକରବର୍ଗ

ଓ୍ବାଶିଂଟନ,୫।୩: କରୋନା ସଂକ୍ରମଣ ଇତି ମଧ୍ୟରେ ପୃଥିବୀର ୮୨ଟି ଦେଶକୁ ବ୍ୟାପଛି। କରୋନା ମୁକାବିଲା ପାଇଁ ବିଶ୍ୱବ୍ୟାଙ୍କ, ଗୁଗଲ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅଣ୍ଟା ଭିଡ଼ିଛନ୍ତି। ଏସବୁ ସଂଗଠନ ସହିତ ଫେସବୁକ୍‌ ପ୍ରତିଷ୍ଠାତା ଜୁକରବର୍ଗ ସାମିଲ୍‌ ହୋଇଛନ୍ତି। ସେ ଏସମ୍ପର୍କରେ ନିଜ ଫେସବୁକ୍‌ ଆକାଉଣ୍ଟରେ ସୂଚନା ଦେଇଛନ୍ତି। କରୋନା ସହିତ ମୁକାବିଲା ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ୧୨୦୦ କୋଟି ଡଲାର ସହାୟତା ପ୍ରଭାବିତ ରାଷ୍ଟ୍ରଙ୍କୁ ଯୋଗାଇ ଦିଆଯିବା ଲାଗି ଘୋଷଣା କରାଯାଇଛି। ଯେଭଳି ଶୀଘ୍ର ଅନୁଦାନ ସମ୍ପୃକ୍ତ ରାଷ୍ଟ୍ରଙ୍କୁ ମିଳି ପାରିବ ସେ ନେଇ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ଡେଭିଡ୍‌ ମଲପାସ୍‌ ସୂଚନା ଦେଇଛନ୍ତି।

Share