କରୋନା ଭୟ: ୪ ଫୁଟ ଦୂରରୁ ସେଲୁନ୍‌ରେ କଟାଯାଉଛି କେଶ

ବେଜିଂ,୫।୩: ଚାଇନାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ତେଣୁ ସୁରକ୍ଷା ଦୃଷ୍ଟିରେ ଏଠାରେ ଥିବା ସେଲୁନ୍‌ରେ ୪ ଫୁଟ ଦୂରରୁ କେଶ କଟାଯାଉଛି। ଗ୍ରାହକମାନଙ୍କଠାରୁ ସୁରକ୍ଷିତ ଦୂରତାରେ ରହି ସେଲୁନ କର୍ମଚାରୀ କେଶ କାଟୁଥିବାର ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଚାଇନାର ହେନାନ ପ୍ରଦେଶରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଉହାନ ପ୍ରଦେଶ କରୋନା ସଂକ୍ରମଣ ଯୋଗୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଠାରେ ଲୋକଙ୍କୁ ବାହାରକୁ ନଯିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ କରୋନା ସଂକ୍ରମଣ ଭୟରେ ଅନ୍ୟ ପ୍ରଦେଶରେ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି।

Share