Categories: ଜାତୀୟ

କରୋନା ଭୟ: ବନ୍ଦ ହେଲା ନୌସମରାଭ୍ୟାସ

ନୂଆଦିଲ୍ଲୀ,୪ା୩: କରୋନା ସଂକ୍ରମଣ ଭୟରେ ନୌସେନା ଏହାର ସର୍ବବୃହତ ସମରାଭ୍ୟାସ ‘ମିଲନ’କୁ ସ୍ଥଗିତ ରଖିଛି। ମାର୍ଚ୍ଚ ୧୮ରୁ ୨୮ ପର୍ଯ୍ୟନ୍ତ ବିଶାଖାପାଟଣାରେ ଏହି ସମରାଭ୍ୟାସ ଅନୁଷ୍ଠିତ ହେବାର ଥିଲା। ଆମେରିକା, ରୁଷିଆ, ଫ୍ରାନ୍ସ ସମେତ ବିଭିନ୍ନ ଦେଶର ନୌସେନା ଏଥିରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ। ତେବେ କରୋନା ସଂକ୍ରମଣକୁ ନେଇ ଭ୍ରମଣ କଟକଣା ଜାରି ହୋଇଥିବାରୁ ଅଂଶଗ୍ରହଣକାରୀଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଛି। ପରେ ଏଥିପାଇଁ ନୂଆ କାର୍ଯ୍ୟସୂଚୀ ସ୍ଥିର ହେବ ବୋଲି ନୌସେନା ମୁଖପାତ୍ର କମାଣ୍ଡର ବିବେକ ମାଧ୍ୱାଲ କହିଛନ୍ତି। ଅନ୍ୟପକ୍ଷରେ କରୋନା ସଂକ୍ରମଣ ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ୁଥିବାରୁ କ୍ୱାରାଣ୍ଟାଇନ ଶିବିର ଖୋଲିବାକୁ ସଶସ୍ତ୍ର ବଳକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Share