କରୋନା ଭୟରେ ପାରୋଲ୍‌ କୋହଳ: ମୁକୁଳିବେ ୭ବର୍ଷ ଦଣ୍ଡ ପାଇଥିବା ଦୋଷୀ

କଟକ ଅଫିସ୍‌,୨୯ା୩: ଜେଲ୍‌ରେ ବହୁ ସଂଖ୍ୟକ ଅନ୍ତେବାସୀ ଗୋଟିଏ ସ୍ଥାନରେ ରହୁଥିବାରୁ ସେମାନେ କରୋନା ଭୂତାଣୁରେ ସଂକ୍ରମଣ ହେବାର ଆଶଙ୍କା ଦେଖାଦେଇଛି। ଏଣୁ ଜେଲ୍‌ଗୁଡ଼ିକରେ ଯଥାସମ୍ଭବ ଭିଡ଼କୁ କମାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚକ୍ଷମତା ସମ୍ପନ୍ନ କମିଟି। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ତଥା ଓଡ଼ିଶା ରାଜ୍ୟ ଆଇନ୍‌ ସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷା ଜଷ୍ଟିସ୍‌ ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି। ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ଏବଂ ଡିଜି (ଜେଲ୍‌) ସନ୍ତୋଷ କୁମାର ଉପାଧ୍ୟାୟ ଏଥିରେ ଭାଗନେଇଥିଲେ। ପାରୋଲ୍‌ ପ୍ରଦାନ ବ୍ୟବସ୍ଥାକୁ ଏହି କମିଟି ଅନେକ ପରିମାଣରେ କୋହଳ କରିଛନ୍ତି।

ବୈଠକରେ ପାରୋଲ ପ୍ରଦାନ ପ୍ରସଙ୍ଗ ନେଇ ଅଧିକ ସମୟ ଆଲୋଚନା ହୋଇଥିଲା। ଯେଉଁ କଏଦୀମାନେ ୭ବର୍ଷ କିମ୍ବା ତା’ଠାରୁ କମ୍‌ ସମୟ ଲାଗି ଦଣ୍ଡ ପାଇଛନ୍ତି, ସେମାନଙ୍କୁ ପାରୋଲ୍‌ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଯଦି ସମ୍ପୃକ୍ତ କଏଦୀଙ୍କ ବିରୋଧରେ ଅନ୍ୟ ମାମଲା ବିଚାରାଧୀନ ଥିବ, ତେବେ ଗତ ପାରୋଲ୍‌ର ଶୃଙ୍ଖଳାକୁ ବିଚାର କରି ନିଷ୍ପତ୍ତି ନିଆଯିବ। ଯେଉଁମାନେ ବର୍ତ୍ତମାନ ପାରୋଲ୍‌ରେ ଅଛନ୍ତି, ସେମାନଙ୍କ ଅବଧି ବଢ଼ାଇବା ସମ୍ପର୍କରେ ଅଧିକାରୀମାନେ ନିଷ୍ପତ୍ତି ନେଇପାରିବେ। ଯେଉଁ କଏଦୀଙ୍କ ବୟସ ୬୫ବର୍ଷରୁ ଅଧିକ ଏବଂ ଏକାଧିକ ମାମଲାରେ ଜଡ଼ିତ ନ ଥିବେ କିମ୍ବା ଏନ୍‌ଡିପିଏସ୍‌ ଆକ୍ଟ, ବଳାକତ୍ାର, ଏସିଡ୍‌ ଆକ୍ରମଣ କିମ୍ବା ପୋକ୍ସୋ ଆକ୍ଟରେ ଦଣ୍ଡିତ ହୋଇ ନ ଥିବେ ସେମାନଙ୍କୁ ପାରୋଲ୍‌ ଦିଆଯାଇପାରିବ। ତେବେ ଏସବୁ ଅପରାଧରେ ଦଣ୍ଡିତ ସତ୍ତ୍ବେ ବୟସ ୭୦ରୁ ଅଧିକ ହୋଇଥିଲେ କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ପାରୋଲ୍‌ ପ୍ରଦାନ ନେଇ ଅଧିକାରୀମାନେ ନିଷ୍ପତ୍ତି ନେଇପାରିବେ ବୋଲି ସ୍ଥିର ହୋଇଛି।

ସେହିଭଳି ବିଚାରାଧୀନ କଏଦୀଙ୍କୁ ପାରୋଲ୍‌ ପ୍ରଦାନ ନେଇ ମଧ୍ୟ ଏହି କମିଟି କେତେକ ନିଷ୍ପତ୍ତି ନେଇଛି। ୭ବର୍ଷ ଜେଲ୍‌ ଦଣ୍ଡ ଭଳି ଅପରାଧରେ ସାମିଲ୍‌ ଥିବା ବିଚାରାଧୀନ କଏଦୀଙ୍କୁ ଅନ୍ତରୀଣ ଜାମିନ୍‌ ଦେବା ଲାଗି ଜିଲା ସ୍ତରରେ ଅଣ୍ଡର୍‌ ଟ୍ରାଏଲ୍‌ ସମୀକ୍ଷା କମିଟି ଆବଶ୍ୟକ ଅନୁଯାୟୀ ନିଷ୍ପତ୍ତି ନେବ। ଗୁରୁତର ଅପରାଧରେ ଅଭିଯୁକ୍ତ ନ ଥିବା ବିଚାରାଧୀନ କଏଦୀଙ୍କୁ ଜାମିନ୍‌ ପ୍ରଦାନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ। ବର୍ତ୍ତମାନ ରାଜ୍ୟର ୮୭ଟି ଜେଲ୍‌ରେ ୧୭୨୭ଜଣ ଏଭଳି ବିଚାରାଧୀନ କଏଦୀ ଥିବା ଡିଜି (ଜେଲ୍‌) ଉପାଧ୍ୟାୟ ସୂଚନା ରଖିବା ସହ ଜାମିନ୍‌ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଜିଲା ଆଇନ୍‌ ସେବା ପ୍ରାଧିକରଣ ଏ ଦିଗରେ କାର୍ଯ୍ୟ କରିବ।

ଅନ୍ୟପଟେ ଜେଲ୍‌ଗୁଡ଼ିକର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା। କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ନିୟମିତ ଜେଲ୍‌ ଅନ୍ତେବାସୀଙ୍କୁ ଅବଗତ କରାଯିବ। ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଭିଡିଓ କନଫରେନ୍ସିଂ, ଜେଲ ଟେଲିଫୋନ୍‌ କିମ୍ବା ଇ-ମୁଲାକାତ ମାଧ୍ୟମରେ କଥା ହେବାକୁ ଅନୁମତି ଦିଆଯିବ। ଜେଲ୍‌ରେ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ସ୍ବାସ୍ଥ୍ୟ ବିଭାଗ, ଜିଲା ପ୍ରଶାସନ ଏବଂ ଜେଲ୍‌ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ୮୫୬ ଅନ୍ତେବାସୀଙ୍କୁ ସ୍ଥାନାନ୍ତର କରାଯାଇଥିବା ଡିଜି (ଜେଲ୍‌) ଉପାଧ୍ୟାୟ ସୂଚନା ଦେଇଥିଲେ। ନିୟମିତ ସମୀକ୍ଷା ପାଇଁ ଜିଲା ଏବଂ ରାଜ୍ୟ ସ୍ତରରେ ମନିଟରିଂ କମିଟି ଗଠନ କରାଯିବ। ଜିଲା ଅଣ୍ଡର ଟ୍ରାଏଲ୍‌ ସମୀକ୍ଷା କମିଟିର ସଦସ୍ୟମାନେ ଜିଲା ମନିଟରିଂ କମିଟିର ସଦସ୍ୟ ରହିବେ। ରାଜ୍ୟସ୍ତରୀୟ କମିଟିର ସଦସ୍ୟ ଭାବେ ଗୃହ ବିଭାଗ ମୁଖ୍ୟ ଶାସନ ସଚିବ, ଡିଜି(ଜେଲ୍‌) ଏବଂ ଓଡ଼ିଶା ରାଜ୍ୟ ଆଇନ୍‌ସେବା ପ୍ରାଧିକରଣ ସଦସ୍ୟ ସଚିବ ରହିବେ। ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ନିର୍ଦ୍ଦେଶାବଳୀ ଦେବେ।

ଏତଦ୍‌ବ୍ୟତୀତ ଅସୁସ୍ଥ କଏଦୀଙ୍କୁ ଚିକିତ୍ସା ସହାୟତା ସହ ନୋଡାଲ୍‌ ମେଡିିକାଲ୍‌ରେ ଭର୍ତ୍ତି କରିବା, କଏଦୀଙ୍କୁ ସ୍ଥାନାନ୍ତର, ପ୍ରତି ବୁଧବାର ଜିଲାସ୍ତରୀୟ ଅଣ୍ଡର ଟ୍ରାଏଲ୍‌ ସମୀକ୍ଷା କମିଟି ବୈଠକ, ପାରୋଲ୍‌ରେ ମୁକୁଳିବାକୁଥିବା କଏଦୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ସେମାନଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିବା ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏହି ବୈଠକରେ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri