କରୋନା ଭୂତାଣୁ ମୁକାବିଲା ପାଇଁ ବିଶୋଧକ ସ୍ପ୍ରେ

ଗଞ୍ଜାମ,୨ା୪(ଡି.ଏନ୍‌.ଏ.): କରୋନା ଭୂତାଣୁର ମୁକାବିଲା ପାଇଁ ସ୍ଥାନୀୟ ଏକ କମ୍ପାନୀ ପକ୍ଷରୁ ଗଞ୍ଜାମ ଜିଲା ଛତ୍ରପୁର ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ବିଶୋଧକ (ସୋଡିୟମ ହାଇପୋ କ୍ଲୋରିଡ୍‌) ବିଭିନ୍ନ ଅଫିସ ଓ ଜନ ବସତି ଅଞ୍ଚଳରେ ସ୍ପ୍ରେ କରାଯାଇଛି। ଏହି ରାସାୟନିକ ପଦାର୍ଥ ସ୍ପ୍ରେ କରିବା ଦ୍ୱାରା ଭୂତାଣୁ ମରିଯିବା ସମ୍ଭାବନା ଥିବା କମ୍ପାନୀ ଇଞ୍ଜିନିୟରମାନେ ମତ ଦେଇଛନ୍ତି। ଏହା ଆଗାମୀ ଦିନରେ ଜାରି ରହିବ ବୋଲି ଗ୍ରାସୀମ କମ୍ପାନୀର ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତି ସୂଚନା ଦେଇଛନ୍ତି l