କରୋନା ଭୂତାଣୁ ନଷ୍ଟ କରିବା ଲାଗି ରାସ୍ତାରେ ହଳଦୀ-ନିମପତ୍ର ପାଣି ଛିଞ୍ଚିଲେ ଲୋକେ

ରାମନାଥପୁରମ୍‌,୩୦।୩: ଭାରତରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ବହୁ ଅଞ୍ଚଳରେ ରାସ୍ତାଘାଟକୁ ବିଶୁଦ୍ଧ କରିବା ଲାଗି ସାନିଟାଇଜର ସ୍ପ୍ରେ କରାଯାଉଛି। ତେବେ ତାମିଲନାଡୁର ରାମନାଥପୁରମ୍‌ ଜିଲାର ମୁଥୁକୁଲାଥୁର ଠାରେ ଥିବା ପେରିୟାର ଗାଁରେ ଲୋକେ ରାସ୍ତାରେ ହଳଦୀ ଓ ନିମପତ୍ର ପାଣି ଛିଞ୍ଚି ବିଶୁଦ୍ଧ କରିଛନ୍ତି। ଉଭୟ ହଳଦୀ ଏବଂ ନିମପତ୍ର ଆଣ୍ଟିସେପଟିକ୍‌ ଭାବେ କାମ କରିଥାଏ। ତେଣୁ ଏହାକୁ ପାଣିରେ ମିଶାଇ ଛିଞ୍ଚିଲେ କରୋନା ଭୂତାଣୁ ନଷ୍ଟ ହେବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ସେହିପରି ଭେପାନଗୁଲମ୍‌, ଆୟାନାରପୁଲମ୍‌ ଆଦି ଗାଁରେ ମଧ୍ୟ ଏଭଳି କରାଯାଇଛି।

Share