କରୋନା ଭୂତାଣୁ ଚଟାଣରେ ବହୁ ଦିନ ରୁହେ ସକ୍ରିୟ: ଡିସ୍‌ଇନଫେକଟାଣ୍ଟ୍‌ ସ୍ପ୍ରେ କରିବାର ୧୦ ମିନିଟ୍‌ ପରେ ସଫା କରିବା ଆବଶ୍ୟକ !

ନୂଆଦିଲ୍ଲୀ/ନ୍ୟୁୟର୍କ,୧୬।୪: କରୋନା ସଂକ୍ରମଣକୁ ରୋକିବା ପାଇଁ ସାନିଟାଇଜ୍‌ କରିବା ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ତେବେ ଘର ଚଟାଣରେ କରୋନା ଭୂତାଣୁ ବହୁ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିପାରେ ବୋଲି ଗବେଷକ କହିଛନ୍ତି। ସେଥିଲାଗି ଉପଯୁକ୍ତ ଡିସ୍‌ଇନଫେକଟାଣ୍ଟ୍‌ ସ୍ପ୍ରେ କରି ୧୦ ମିନିଟ୍‌ ପରେ ଚଟାଣ ସଫା କରିବା ଆବଶ୍ୟକ। ସପ୍ତାହରେ ୩-୪ ଥର ଏପରି କରିବା ଜରୁରୀ। ସେହିପରି ଶୋରୁମ୍‌ର ଚଟାଣ ପ୍ରତିଦିନ ୨ ଥର ସଫା କରିବା ଦରକାର ବୋଲି ଗବେଷକ ମତପୋଷଣ କରିଛନ୍ତି। ଘରେ ବ୍ଲିଚିଂ ପାଉଡରକୁ ପାଣିରେ ମିଶାଇ ଏହାଦ୍ୱାରା ଚଟାଣ ସଫା କଲେ କରୋନା ଭୂତାଣୁ ନଷ୍ଟ ହୋଇଯାଇଥାଏ। ସାଧାରଣତଃ କରୋନା ଭୂତାଣୁର ପିଏଚ୍‌ସ୍ତର ୫.୫ରୁ ୮.୫ ମଧ୍ୟରେ ହୋଇଥାଏ। ତେଣୁ ଏହାଠାରୁ ଅଧିକ ଏସିଡିକ୍‌ ଡିସ୍‌ଇନଫେକଟାଣ୍ଟ୍‌ ସ୍ପ୍ରେ କଲେ ଭୂତାଣୁ ଉପରେ ଥିବା ଜେନେଟିକ୍‌ ଆର୍‌ଏନ୍‌ଏ ଆବରଣ ନଷ୍ଟ ହୋଇଯାଇଥାଏ ବୋଲି ଗବେଷକ କହିଛନ୍ତି।

Share