କରୋନା ଭୂତାଣୁରେ ଚାଇନା ବାହାରେ ଦ୍ୱିତୀୟ ମୃତ୍ୟୁ

ହଂକଂ,୪।୨: କରୋନା ଭୂତାଣୁରେ ମୃତ ଓ ଆକ୍ରନ୍ତଙ୍କ ସଂଖ୍ୟା ଚାଇନାରେ ପ୍ରତି ଘଣ୍ଟାରେ ବଢି ଚାଲିଛି। ବିଶ୍ୱର ଅନ୍ୟ ଦେଶରେ ଚାଇନାରୁ ଫେରିଥିବା କେତେକ ଲୋକଙ୍କ ପାଖେ କରୋନା ଭୂତାଣୁ ପଜିଟିଭ ଥିବା ଦେଖାଯାଇଥିବା ବେଳେ ଏବେ ଚାଇନା ବାହାରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରଥମେ ଫିଲିପାଇନ୍ସରେ ଜଣେ ବ୍ୟକ୍ତିଙ୍କର କରୋନା ଭୂତାଣୁରେ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏବେ ହଂକଂରେ ଅନ୍ୟଜଣେ ବ୍ୟକ୍ତିଙ୍କର ଏହି କରୋନା ଭୂତାଣୁରେ ମୃତ୍ୟୁ ହୋଇଥିବା କୁହାଯାଉଛି। ବ୍ୟକ୍ତି ଜଣଙ୍କ ଗତ ଜାନୁୟାରୀରେ ଚାଇନାର ଉହାନ ସହରରୁ ହଂକଂ ଫେରିଥିଲେ। ସୂଚନାଯୋଗ୍ୟ, ଏବେ ଚାଇନାରେ ଏହି କରୋନା ଭୂତାଣୁ ସଂକ୍ରମଣରେ ପ୍ରାୟ୪୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଏହା ପ୍ରଥମେ ଗତବର୍ଷ ଡିସେମ୍ବରରେ ଉହାନ ସହରରେ ଦେଖାଯାଇଥିଲା।

Share