କରୋନା ଭାଙ୍ଗିନି ଦମ୍ଭ: ଛାଇରେ ଚାଲିଛି ଛତୁଚାଷ

କାମାକ୍ଷାନଗର, ୧୩।୫ – କରୋନା ପାଇଁ ବୃତ୍ତି ହରାଇଲେଣି ଅନେକେ। ଜୀବନ ବଞ୍ଚାଇବା ଲାଗି କାମଧନ୍ଦା ଛାଡ଼ି ଗଣପଳାୟନ କରୁଛନ୍ତି ପ୍ରବାସୀ। ହେଲେ ଭିଟାମାଟିରେ ନିଜ ଉଦ୍ୟମରେ ଚାଷକୁ ଆଦରି ସ୍ବାବଲମ୍ବୀ ହୋଇଥିବା ମଣିଷମାନଙ୍କ ଦମ୍ଭ ଭାଙ୍ଗିପାରିନି କୋଭିଡ୍‌। ଯଦିଓ ଆଗଭଳି ଲାଭ ହେଉନାହିଁ, ତଥାପି ପରିବାର ଚଳାଇବାରେ କୌଣସି ସମସ୍ୟା ନାହିଁ। କରୋନା ସଙ୍କଟ ସମୟରେ ଖୋଲା ଆକାଶ ତଳେ ଛାଇ ଜାଗାରେ ପାଳ ଛତୁ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି କାମାକ୍ଷାନଗର ଏବଂ ପରଜଙ୍ଗ ଅଞ୍ଚଳର ବହୁ ଛତୁ ଚାଷୀ।
ଛତୁ ଉତ୍ପାଦନ ପାଇଁ ସୁନାମ ଅର୍ଜନ କରିଛି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର ଚୁଳିଆ ମୁଣ୍ଡାସାହି, ସିବୁଳାପଶି, ଆଲୁଅଝରଣ, ମହୁଲି, ପରଜଙ୍ଗ ବ୍ଲକର ପଥରଖମ୍ବ, ସିଆରିମାଳିଆ। ଅଳ୍ପ ପୁଞ୍ଜି ଖଟାଇ ଅଧିକ ଲାଭ ମିଳୁଥିବାର ଗ୍ରାମାଞ୍ଚଳରେ ଛତୁ ଚାଷ ପ୍ରତି ଆଗ୍ରହ ବଢୁଛି। ହେଲେ ସମ୍ପୃକ୍ତ ଅଞ୍ଚଳ ଛତୁ ଚାଷର ପଦ୍ଧତି ନିଆରା। ଏଥିଲାଗି ସ୍ବତନ୍ତ୍ର ଘର କି ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିର ଆବଶ୍ୟକ ପଡୁନି। ଖୋଲା ଆକାଶ ତଳେ ଛାଇ ଜାଗାରେ ହେଉଛି ଛତୁ ଚାଷ। ଏଥିଲାଗି ସବୁଠୁ ବଡ଼ ଆବଶ୍ୟକତା ନଡ଼ା ଆଉ ଛତୁ ମଞ୍ଜି। ସାଧାରଣତଃ ଫେବୃୟାରୀରୁ ଅକ୍ଟୋବର ଯାଏ ଛତୁ ଉତ୍ପାଦନ କରାଯାଏ। ଶୀତ ଦିନେ ଅନୁକୂଳ ପାଣିପାଗ ନ ଥିବାରୁ ଛତୁ ଚାଷ ବନ୍ଦ ଥାଏ। ଛତୁ ଚାଷ ଲାଗି ଅଞ୍ଚଳର ଆଗ୍ରହୀ ଚାଷୀ ଉଦ୍ୟାନ ବିଭାଗ ତରଫରୁ ପ୍ରଶିକ୍ଷଣ ନେଇଛନ୍ତି। ପ୍ରଶିକ୍ଷିତ ଚାଷୀମାନେ ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ସବୁଠାରୁ ବଡ଼ କଥା ହେଲା, କୋଭିଡ୍‌-୧୯ ଭୟ ସମୟରେ ମଧ୍ୟ ଛତୁ ଉତ୍ପାଦନ ଜାରି ରହିଛି। ଏହାଦ୍ୱାରା କେବଳ ମାଲିକ ଲାଭବାନ ହେଉନାହାନ୍ତି, ବରଂ ଫାର୍ମରେ ନିୟୋଜିତ ଶ୍ରମିକମାନେ ମଧ୍ୟ ବେଶ୍‌ ଦୁଇ ପଇସା ରୋଜଗାର କରୁଛନ୍ତି। ପାଳ ଛତୁ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ପୂରଣ କରିବା ସହ ପଡ଼ୋଶୀ ଜିଲାକୁ ମଧ୍ୟ ରପ୍ତାନୀ ହେଉଛି।
ଏ ନେଇ ଚୁଳିଆ ମୁଣ୍ଡାସାହିର ଅଗ୍ରଣୀ ଚାଷୀ ଆର୍ତ୍ତତ୍ରାଣ ବିଶ୍ୱାଳ (୫୫) କୁହନ୍ତି, ସେ ଦୀର୍ଘ ୧୦ ବର୍ଷ ହେଲା ପାଳ ଛତୁ ଚାଷ କରି ଆସୁଛନ୍ତି। ଏଥିଲାଗି ଆବଶ୍ୟକ ନଡ଼ା ସଂଗ୍ରହ ଲାଗି ସଜାଗ ରହିବାକୁ ପଡ଼େ। ଧାନ ଅମଳ ସମୟରେ ୪ ଲକ୍ଷ ଟଙ୍କା ଯାଏ ନଡ଼ା ସଂଗ୍ରହ କରାଯାଇଥାଏ। ତାଙ୍କ ଫାର୍ମରେ ଆଗରୁ ୨୦ରୁ ୩୦ ଜଣ ଶ୍ରମିକ କାମ କରୁଥିଲେ। ଏବେ କରୋନା ଲାଗି ଯାନବାହନ ଚଳାଚଳ ବାଧାପ୍ରାପ୍ତ କାରଣରୁ ଉତ୍ପାଦନ କମାଇବାକୁ ପଡିଛି। ଫାର୍ମରେ ଏବେ ୪ ଜଣ ଶ୍ରମିକ କାମ କରୁଥିବାବେଳେ ଦୈନିକ ୧୫୦ କେଜି ଛତୁ ବିକ୍ରି ହେଉଛି। ବ୍ୟବସାୟୀମାନେ ଆସି ସିଧାସଳଖ ଛତୁ କିଣି ନେଉଛନ୍ତି। ପୂର୍ବରୁ ଢେଙ୍କାନାଳ, ତାଳଚେର ଅଞ୍ଚଳରୁ ଛତୁ ମଞ୍ଜି ଆଣୁଥିଲୁ। ଏବେ କଟକଣା ଯୋଗୁ ଲୋକାଲ ମଞ୍ଜିରେ କାମ ଚଳାଇବାକୁ ପଡୁଛି। ବିଦେଶରେ ଯାଇ ଖଟିବା ଅପେକ୍ଷା ଏପରି ଚାଷ ଦ୍ୱାରା ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହେବ। ବେକାର ଯୁବତୀଯୁବକ ରୋଜଗାରକ୍ଷମ ହୋଇପାରିବେ ବୋଲି ସେ କହିଛନ୍ତି।

(ସୁଧୀର କୁମାର ପରିଡ଼ା)


Enter your email to get our daily news in your inbox.

All Right Reserved By Dharitri.Com

ପୋଲ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଆଉ ତା’ପରେ ଘଟିଲା

ଲୋଇସିଂହା,୪।୪(ସୁଶାନ୍ତ ବାରିକ) ବରଗଡ-ବଲାଙ୍ଗୀର ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ପୋଲ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଖସି ପଡ଼ିଛି। ଦୁର୍ଘଟଣାସ୍ଥଳରେ ଜଣେ…

ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର: ଅଭିଯୋଗ ପରେ ବି ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

ଗଞ୍ଜାମ,୪।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓଡ଼ିଆର୍ପି କଲୋନୀରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଟ୍ରାନ୍ସଫର୍ମର। ଇଲେକ୍ଟ୍ରି ଟ୍ରାନ୍ସଫର୍ମର ସ୍ଥାନୀୟ ବାସିନ୍ଦା ସୁଦର୍ଶନ ପ୍ରଧାନଙ୍କ…

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ

କେସିଙ୍ଗା,୪।୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ…

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ରାତି ହେଲେ ଅବକାରୀ ଥାନା ବନ୍ଦ: ଡିସ୍‌ପ୍ଲେ ବୋର୍ଡ ଜଳୁଛି, କାର୍ଯ୍ୟାଳୟରେ ତାଲା ଝୁଲୁଛି

ଲୋଇସିଂହା,୪।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଅବକାରୀ ଥାନାରେ ରାତି ସମୟରେ କେହି ଷ୍ଟାଫ ରହୁ ନ ଥିବା ଅଭିଯୋଗ ହେଉଛି ା ବୁଧବାର ସନ୍ଧ୍ୟାରେ କାର୍ଯ୍ୟାଳୟର ଡିସପ୍ଲେ…

ଜବରଦଖଲରେ ସରକାରୀ ଜମି: ୯ ଏପ୍ରିଲରେ ଡିମାର୍କେଶନ ନିର୍ଦ୍ଧାରିତ

ବଞ୍ଚୋ,୪।୪(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲ ନେଇ ସମସ୍ୟା ଗୁରୁତର ରୂପ ନେଇଥିଲା । ଏହି…

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri