କରୋନା ଭାଇରସ: ସଂସଦ ଯିବେନାହିଁ ଶିବସେନା ନେତା

ନୂଆଦିଲ୍ଲୀ,୨୩।୩: କରୋନା ଭାଇରସର ଭୟ ଯୋଗୁ ଶିବସେନା ନେତା ସୋମବାର ରାଜ୍ୟ ସଭା କି ଲୋକ ସଭାରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି। ପୂର୍ବରୁ ତ୍ରୁଣମୂଳ କଂଗ୍ରେସର ନେତାମାନେ ସୋମବାର ସଂସଦ ଆସିବେ ନାହିଁ ବୋଲି କହି ସାରିଥିଲେ। ଏପଟେ ରାଜ୍ୟସଭା ସଭାପତି ଭେଙ୍କିଆ ନାଇଡୁ ସୋମବାର ଅଧିବେଶନର ଅବଧି କମ୍‌ କରିବା ଲାଗି ସବୁ ଦଳର ନେତାଙ୍କର ଏକ ବୈଠକ ଡାକିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢୁଥିବାରୁ ଶିବସେନା ସରକାର ସୋମବାର ସେଠାରେ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି।

Share