Categories: ଜାତୀୟ

କରୋନା ଭାଇରସ ମୁକାବିଲା ପାଇଁ କେରଳ ଜେଲରେ ଖୋଲିଲା ସ୍ବତନ୍ତ୍ର ସେଲ

ଥିରୁଭାନନ୍ତପୁରମ,୧୦।୩: କେରଳରେ କୋଭିଡ-୧୯ ପଜିଟିଭ ଥିବା ୬ ଜଣଙ୍କୁ ସୋମବାର ଚିହ୍ନଟ କରାଯାଇଥିବା ବେଳେ ଏବେ ଏହାକୁ ନେଇ ସରକାର ସତର୍କ ହୋଇଯାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜେଲ ମହାନିର୍ଦ୍ଦେଶକ ରିଷି ରାଜ ସିଂ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସିଂ କହିଛନ୍ତି ରାଜ୍ୟର ସମସ୍ତ ଜେଲରେ କରୋନା ପାଇଁ ସ୍ବତନ୍ତ୍ର ଆଇସୋଲେଶନ ସେଲ୍‌ ଖୋଲାଯିବ। ଯଦି କୌଣସି କଏଦୀଙ୍କ ନିକଟରେ ଥଣ୍ଡାକାଶ ଦେଖାଦେଲା ତାଙ୍କୁ ତୁରନ୍ତ ଆଇସୋଲେଶନ ସେଲକୁ ସ୍ଥାନାନ୍ତର କରାଯିବ। ସେଠାରେ ସେମାନଙ୍କୁୁ ଅତିକମ୍‌ରେ ୬ଦିନ ରଖି ଚିକିତ୍ସା କରାଯିବ। ତେବେ ପାରୋଲରୁ ଫେରିଥିବା କଏଦୀମାନଙ୍କୁ ପ୍ରଥମେ ଅଲଗା ରଖାଯାଇ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Share