Categories: ଜାତୀୟ

କରୋନା ଭାଇରସ: ବନ୍ଦ ହେଲା କୁତବ ମିନାର, ଲାଲକିଲ୍ଲା

ନୂଆଦିଲ୍ଲୀ,୧୭।୩: ଚାଇନା ପରେ ଏବେ ଠିକଣା ବଦଳାଇବା ମୁଡରେ ରହିଛି କରୋନା ଭଇରସ। ଏବେ ଏହାର ଠିକଣା ଇଟାଲି କୁହାଯାଉଥିବା ବେଳେ ବିଶ୍ୱର ପ୍ରାୟ ୧୪୫ ଦେଶରେ ପାଦ ରଖି ସାରିଲାଣି ଏହି ମାହାମାରୀ। ଭାରତରେ ଏବେ ପର୍ଯ୍ୟନ୍ତ ୧୨୮ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି। ଭାରତରେ ଏବେ ଏହା ଷ୍ଟେଜ ୨ରେ ଥିବା ବେଳେ କେନ୍ଦ୍ର ତଥା ରାଜ୍ୟ ସରକାରମାନଙ୍କ ପକ୍ଷରୁ ଏହାକୁ ଆଉ ଆଗକୁ ନ ବଢିବାକୁ ପ୍ରୟାସ ଜାରି ରହିଛି। ସୋମବାର ସୁଦ୍ଧା ଦେଶର ପ୍ରାୟ ସମସ୍ତ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ, ମଲ, ସିନେମା ହଲ, ପର୍ଯ୍ୟଟନ ସ୍ଥଳ, ଶୁଇମିଂ ପୁଲ ଆଦିକୁ ବନ୍ଦ କରାଯିବା ସହ ଭିଡ ନ ଜମାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ମଙ୍ଗଳବାର ଦିଲ୍ଲୀର ଐତିହାସିକ ସ୍ଥଳ କୁତବ ମିନାର ଓ ଲାଲକିଲ୍ଲାକୁ ବନ୍ଦ କରାଯାଇଥିବା ସୂଚନା ମିଳିଛି। ଏଠାରେ ଦେଶ ବିଦେଶର ବହୁ ପର୍ଯ୍ୟଟକ ରୁଣ୍ଡ ହେଉଥିବାରୁ ଏହାକୁ ବନ୍ଦ କରାଯାଇଥିବା କୁହାଯାଇଛି।

Share