Categories: ଜାତୀୟ

କରୋନା ଭାଇରସ ଚିହ୍ନଟ ପୂର୍ବରୁ ନିଜକୁ କୋଠରିରେ ବନ୍ଦକରି ରଖିଲେ ଚାଇନା ନାଗରିକ

ନୂଆଦିଲ୍ଲୀ,୫।୩: କରୋନା ଭାଇରସ ଏବେ ଭାରତରେ ତା’ର ସ୍ଥିତି ଜାହିର କରିବା ପରେ ଏବେ ଏହାକୁ ନେଇ ସମସ୍ତେ ଏକପ୍ରକାର ଭୟଭିତ ହୋଇଯାଇଛନ୍ତି। ଦିଲ୍ଲୀରେ ଦୁଇଦିନ ତଳେ ପ୍ରଥମ କରୋନା ସଂକ୍ରମିତଙ୍କ ଚିହ୍ନଟ କରାଯାଇଥିବା ବେଳେ ଏବେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ହେଲେ କେନ୍ଦ୍ର ସରକାର କରୋନାକୁ ନେଇ ଭୟଭିତ ନ ହେବାକୁ କହିଥିବା ବେଳେ, ଏପଟେ ରାଜଧାନୀ ଦିଲ୍ଲୀରେ ରହୁଥିବା ଜଣେ ଚାଇନା ନାଗରିକ କରୋନାରେ ସଂକ୍ରମିତ ଥିବା ସନ୍ଦେହ କରି ନିଜକୁ ସେ ରହୁଥିବା ପ୍ଲାଟରେ ବନ୍ଦ କରି ରଖିଥିବା ଜଣାପଡିଛି। ସେ କରୋନା ଭାଇରସରେ ସଂକ୍ରମିତ ଥିବା ସନ୍ଦେହ ହେବାରୁ ତାଙ୍କର ରକ୍ତନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଏବେ ରିପୋର୍ଟ ଆସିବା ପରେ ଜଣାପଡିଛି କି ତାଙ୍କଠାରେ କରୋନା ଭାଇରସ ନାହିଁ। ହେଲେ ସେ ତାଙ୍କ ପ୍ଲାଟରେ ନିଜକୁ ବନ୍ଦ କରି ରଖିବା ଖବର ତାଙ୍କର ଜଣେ ବନ୍ଧୁ ପୋଲିସକୁ ଦେବା ପରେ ତାଙ୍କୁ ଉଦ୍ଧାର କରଯାଇଥିବା ଜଣାପଡିଛି। ଉକ୍ତ ବ୍ୟକ୍ତି ଜଣଙ୍କ ଓପୋ କମ୍ପାନୀରେ କାମ କରନ୍ତି ବୋଲି ଜଣାପଡିଛି। ହେଲେ କରୋନା ଯୋଗୁ ସେ ନିଜକୁ ଘର ଭିତରେ ବନ୍ଦ ରଖିବା ଓ ବହୁ କଷ୍ଟରେ କବାଟ ଖୋଲିବା ଘଟଣା ଏବେ ଚର୍ଚ୍ଚାକୁ ଆସିଛି।

Share