Posted inଖେଳ

କରୋନା ଭାଇରସ୍‌: ସେଫିଲ୍ଡ ସିଲ୍ଡ୍‌ ଫାଇନାଲ ରାଉଣ୍ଡ ବାତିଲ

ମେଲବୋର୍ନ, ୧୫।୩(ପି.ଟି.)- ଅଷ୍ଟ୍ରେଲିଆର ଶ୍ରେଷ୍ଠ ପ୍ରଥମ ଶ୍ରେଣୀ ଲିଗ୍‌ ଭାବେ ଜଣାଶୁଣା ଥିବା ସେଫିଲ୍ଡ ସିଲ୍ଡର ପାଇନାଲ ରାଉଣ୍ଡକୁ ବାତିଲ କରିବାକୁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ନିଷ୍ପତ୍ତି ନେଇଛି। କରୋନା ଭାଇରସ୍‌ କାରଣରୁ ସୃଷ୍ଟି ହୋଇଥିବା ମହାମାରୀକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି। ତେବେ ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହେବାକୁଥିବା ଟାଇଟଲ ମ୍ୟାଚ୍‌ ନେଇ ସିଏ ଭିନ୍ନ ମତ ପୋଷଣ କରିଛି। ଏ ନେଇ ସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ ରବଟର୍‌ସ ସ୍ପଷ୍ଟ କରିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମଥର ପାଇଁ ସେଫିଲ୍ଡ ସିଲ୍ଡର ଫାଇନାଲ ରାଉଣ୍ଡକୁ ବାତିଲ କରାଯାଇଛି। ବୃହତ୍ତର ସ୍ବାର୍ଥ ପାଇଁ କ୍ରିକେଟକୁ ଏବେ ପଛରେ ରଖିବାକୁ ହେବ ବୋଲି ରବଟର୍‌ସ କହିଛନ୍ତି।
ବିଭିନ୍ନ ସରକାରୀ ଏଜେନ୍ସି, ଆମ ମେଡିକାଲ ଟିମ୍‌ ଓ ସଂକ୍ରମିତ ରୋଗ ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ ରକ୍ଷା କରିଛୁ। ଏମାନଙ୍କଠାରୁ ପରାମର୍ଶ ନେଇ ଆମେ ଏପରି ନିଷ୍ପତ୍ତି ନେଇଛୁ ବୋଲି ରବଟର୍‌ସ କହିଛନ୍ତି। କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଆମର ମଧ୍ୟ ଉଲ୍ଲେଖନୀୟ ଭୂମିକା ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ପର୍ଥର ଓ୍ବାକା, ଆଡିଲେଡର କରେନ ରୋଲଟନ ଓଭାଲ ଓ ମେଲବୋର୍ନର ଜଙ୍କସନ ଓଭାଲରେ ଅନୁଷ୍ଠିତ ମ୍ୟାଚ୍‌ଗୁଡିକରେ ବିନା ଦର୍ଶକରେ ଆୟୋଜନ କରାଯାଇଛି। ଯଦି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଓ ପରିସ୍ଥିତିରେ ଉନ୍ନତି ଘଟେ ତେବେ ଫାଇନାଲ ଯୋଜନା ଅନୁସାରେ ଖେଳାଯାଇ ପାରେ ବୋଲି ସିଏ ତରଫରୁ କୁହାଯାଇଛି। ଲିଗ୍‌ରେ ନ୍ୟୁ ସାଉଥ୍‌ ଓ୍ବେଲ୍ସ ବ୍ଲୁଜ୍‌ ୯ଟି ମ୍ୟାଚ୍‌ ଖେଳି ୬ଟି ବିଜୟ ସହ ଶୀର୍ଷ ରହିଛି। ସେହିପରି ୧୨.୨୩ କମ୍‌ ପଏଣ୍ଟ ପାଇଁ ଭିକ୍ଟୋରିଆ ଦ୍ୱିତୀୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri