Posted inଖେଳ

କରୋନା ଭାଇରସ୍‌: କ୍ଲବ, ଫୁଟ୍‌ବଲର ଭବିଷ୍ୟତ ଅନିଶ୍ଚିତ

ଲଣ୍ଡନ, ୧୮।୩ (ପି.ଟି.)- କରୋନା ଭାଇରସ୍‌ ସାରା ବିଶ୍ୱରେ ଏବେ ମହାମାରୀ ରୂପ ନେଇଥିବା ବେଳେ କ୍ରୀଡ଼ା ଏଥିରେ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ଖାସ୍‌ କରି ବିଶ୍ୱ ଫୁଟବଲର ଏକ ପ୍ରକାର ବିପର୍ଯ୍ୟୟ ସୃଷ୍ଟି ହୋଇଛି। ୟୁରୋପ୍‌ରେ ଜଣାଶୁଣା ଫୁଟବଲ ଲିଗ୍‌ଗୁଡିକ ବାତିଲ ହୋଇଛି। ଫଳରେ କ୍ଲବଗୁଡିକର ଭବିଷ୍ୟତ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ପୁଣି କେବେ ଖେଳ ବା ଲିଗ୍‌ ଆରମ୍ଭ ହେବ ସେ ନେଇ କହିବା ଅସମ୍ଭବ ହୋଇପଡିଛି।
୫୫ଟି ମେମ୍ବର ଆସୋସିଏଶନ ମଙ୍ଗଳବାର ୟୁନିୟନ ଅଫ୍‌ ୟୁରୋପିଆନ ଫୁଟବଲ ଆସୋସିଏଶନ (ୟୁଇଏଫ୍‌ଏ)ର ଏକ ବୈଠକରେ ମିଳିତ ହୋଇଥିଲେ। ଆଗାମୀ ଜୁନରେ ଆରମ୍ଭ ହେବାକୁ ଥିବା ୟୁରୋ କପ୍‌ ୨୦୨୦କୁ ଘୁଞ୍ଚଇବା ପାଇଁ ଏହି ବୈଠକରେ ସହମତି ପ୍ରକାଶ ପାଇଥିଲା। ଆଗାମୀ ଗ୍ରୀଷ୍ମରେ ଜାତୀୟ ଲିଗ୍‌ ଓ ୟୁରୋପିଆନ୍‌ କ୍ଲବ କମ୍ପିଟିସନ ପାଇଁ ଏହା ଦ୍ୱାରା କ୍ୟାଲେଣ୍ଡର ବର୍ଷରେ କିଛି ସ୍ଥାନ ଛଡାଯାଇପାରେ।
ଯେତେବେଳେ ପରିସ୍ଥିତିରେ ସୁଧାର ହେବ ଓ ଫୁଟବଲ ପାଇଁ ନିରାପଦ ମନେ କରାଯିବ ସେତେବେଳେ ଲିଗ୍‌ ସେସନ ଶେଷ କରାଯିବ। ଏନେଇ ଅଫିସିଆଲ, ଖେଳାଳି ଓ ଫୁଟବଲ ବିଶେଷଜ୍ଞମାନେ ସହମତି ପ୍ରକାଶ କରିଛନ୍ତି। ୟୁରୋପିଆନ ଲିଗ୍‌ ପାଇଁ ଘରୋଇ ପ୍ରତିଯୋଗିତାଗୁଡିକ ଚଳିତ ସେସନରେ ଶେଷ ହେବା ନିହାତି ଆବଶ୍ୟକ। ୟୁରୋପିଆନ ଲିଗ୍‌ରେ ୨୯ଟି ଦେଶରେ ୯୫୦ଟି କ୍ଲବ ସାମିଲ ରହିଛନ୍ତି। କିନ୍ତୁ ଯଦି ଘରୋଇ ପ୍ରତିଯୋଗିତାଗୁଡିକୁ ସୀମିତ କାରଯାଏ ତାହାଲେ ପୂରା ଫୁଟବଲ ତନ୍ତ୍ର ନିଶ୍ଚିତ ଭାବେ ବିଗିଡି ଯିବ।
ଦେଶରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲେ ମଧ୍ୟ ସ୍ପାନିଶ ଘରୋଇ ଲିଗ୍‌ ସେସନକୁ ଶେଷ କରିବାର ନିହାତି ଜରୁରୀ ବୋଲି ଜାଭିଏର ଟେବାସ କହିଛନ୍ତି। ପାରମ୍ପରିକ ଭାବେ ମେ’ରେ ଶେଷ ହେଉଥିଲେ ମଧ୍ୟ ପ୍ରତିଯୋଗିତାର ଅବଧିକୁ ବୃଦ୍ଧି କରାଯାଇପାରେ ବୋଲି କୁହାଯାଇଛି।
ଏଭଳି ପରିସ୍ଥିତିରେ ଯଦି ସେସନକୁ ସ୍ଥଗିତ ରଖାଯାଏ କିମ୍ବା ଜୁଲାଇ ଓ ଆଗକୁ ଆହୁରି ଘୁଞ୍ଚାଯାଏ ତାହେଲେ ଖେଳାଳିଙ୍କ ଚୁକ୍ତି ଓ ଲୋନ ଡିଲ୍‌ ମଧ୍ୟ ପ୍ରଭାବିତ ହେବା ନିଶ୍ଚିତ। କାରଣ ଏହି ଚୁକ୍ତିଗୁଡିକ ମେ ଓ ଜୁନରେ ଶେଷ ହେବାକୁ ଯାଉଛି। ଯେଉଁ ତାରକା ଖେଳାଳିମାନଙ୍କ ଚୁକ୍ତି ଶେଷ ହେବାକୁ ଯାଉଛି ସେମାନେ ହେଲେ ଚେଲସିର ଓଲିଭର ଗିରୋଡ, ଓ୍ବିଲିଆନ ଓ ପେଡ୍ରୋ ରୋଡ୍ରିଗୁଏଜ ଓ ଜାନ ବେରଟୋନଘେନ୍‌। ସଂଘର୍ଷ କରୁଥିବା ଫୁଟବଲ ଲିଗ୍‌ କ୍ଲବ୍‌ଗୁଡିକ ସବୁଠାରୁ ବେଶୀ କ୍ଷତି ସହିବେ। ଏ ଭଳି ସ୍ଥିତିରେ କ୍ଲବଗୁଡିକ କିପର ତିଷ୍ଠି ରହିବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ମୋଟା ମୋଟି ଉପରେ ୟୁରୋପ୍‌ରେ ଫୁଟବଲ ଅଧିକ କ୍ଷତିଗ୍ରସ୍ତ ହେଉଛି ଓ ଆଗକୁ ଆହୁରି କ୍ଷତି ସହିବ ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଡ଼ିଆରେ ଅଘଟଣ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଇତିହାସ ରଚିଲା ଭାରତ: ବିଶ୍ୱର ପ୍ରଥମ ଦଳ ଭାବେ କଲା ଏମିତି କାରନାମା

ଅହମ୍ମଦାବାଦ,୧୯।୨: ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଅହମ୍ମଦାବାଦରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ। ଟିମ ଇଣ୍ଡିଆ…

୧୫ ବର୍ଷ କ୍ୟାରିଅରର ଅନ୍ତ, 30 ବର୍ଷ ବୟସରେ ଅବସର ଘୋଷଣା କଲେ ଏହି ଖୋଳାଳି

ନୂଆଦିଲ୍ଲୀ,୧୯ା୨: ନ୍ୟୁଜିଲାଣ୍ଡ ମହିଳା କ୍ରିକେଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଲରେନ୍ ଡାଉନ୍ କ୍ରିକେଟରୁ…

ଲଜ୍ଜାଜନକ ରେକର୍ଡ କଲେ ଅଭିଷେକ ଶର୍ମା: ପ୍ରଥମ ଭାରତୀୟ ଭାବେ…

ନୂଆଦିଲ୍ଲୀ,୧୯/୨: ଅଭିଷେକ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ତାଙ୍କର ପ୍ରଥମ ତିନୋଟି ଇନିଂସରେ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri