କରୋନା ଭାଇରସ୍‌ ଆତଙ୍କ: ପତିରାଜପୁର ମେଳା ବନ୍ଦ କରିବାକୁ ନିର୍ଦ୍ଦେଶ

ଖଇରା,୧୫।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ଐତିହାସିକ ପତିରାଜପୁର ମେଳା ଚାଲିବାର ମାତ୍ର ୫ଦିନ ଅତିକ୍ରାନ୍ତ ହୋଇଛି। କରୋନା ଭାଇରସ୍‌ ଆତଙ୍କ ଲାଗି ପ୍ରଶାସନ ପକ୍ଷରୁ ମେଳା ବନ୍ଦ କରିବା ଲାଗି ନିର୍ଦ୍ଦେଶ ହୋଇଛି। ଫଳରେ ଏଠାକୁ ଆସିଥିବା ୫ଶହ ବ୍ୟବସାୟୀଙ୍କ ମଧ୍ୟରେ ଏବେ ଭାଳେଣି ପଡିଛି । ମାସେ ପାଇଁ ଜିନିଷ ପତ୍ର ମହଜୁଦ ରଖି ବିକ୍ରି ଆରମ୍ଭ କରିଥିବା ବ୍ୟବସାୟୀଙ୍କୁ ହଠାତ୍‌ ଏଭଳି ନିର୍ଦ୍ଦେଶ ସେମାନଙ୍କ ନିଦ ହଜାଇ ଦେଇଛି । ମାସେ ପାଇଁ ବିଭିନ୍ନ ପ୍ରାନ୍ତରୁ ବ୍ୟବସାୟୀମାନଙ୍କୁ ଡାକି ଆଣିଥିବା ମେଳା କମିଟି ଏବେ କିଂକର୍ତ୍ତବ୍ୟମୂଢ଼ ହୋଇଛି। ଗୋଟିଏ ପଟେ ପ୍ରଶାସନର ଅଙ୍କୁଶ ଓ ଅନ୍ୟପଟେ ୫ଶହ ବ୍ୟବସାୟୀଙ୍କ ଦୁଃଖ । ଏଭଳି ପରିସ୍ଥିତିରେ ଆଉ କିଛି ଦିନ ମେଳା ଚଳାଇବାକୁ ଅନୁମତି ଦେବା ଲାଗି ଉଭୟ କମିଟି ଓ ବ୍ୟବସାୟୀଙ୍କ ପକ୍ଷରୁ ଜିଲାପାଳଙ୍କ ନିକଟରେ ନିବେଦନ କରାଯାଇଛି ।
୩ ଶହ ବର୍ଷ ଧରି ଚାଲି ଆସୁଥିବା ଏହି ମେଳା ଦୋଳପୂର୍ଣ୍ଣମୀରୁ ଆରମ୍ଭ ହୋଇ ଅନୂ୍ୟନ ମାସେ ପର୍ଯ୍ୟନ୍ତ ବସିଥାଏ । ଓଡ଼ିଶାର ବରଗଡ଼, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦୁଝର ସମେତ ବିଭିନ୍ନ ପ୍ରାନ୍ତରୁ ପାଖାପାଖି ୫ଶହ ଦୋକାନୀ ପସରା ମେଳିଥାନ୍ତି। ସ୍ଥାନୀୟ ଅଞ୍ଚଳ ବାସିନ୍ଦା ମଧ୍ୟ ବର୍ଷକ ପାଇଁ ଘରକରଣା, ଖାଦ୍ୟ, ବସ୍ତ୍ର ଆଦି ସରଞ୍ଜାମ କିଣି ରଖିଥାନ୍ତି । କରୋନା ଭାଇରସ ଆତଙ୍କକୁ ନେଇ ବାଲେଶ୍ୱର ଉପଜିଲାପାଳ ୧୪ତାରିଖରେ ମେଳା ବନ୍ଦ କରିବାକୁ କମିଟି ସମ୍ପାଦକ ଭରତ ଚନ୍ଦ୍ର ରାଉତଙ୍କୁ ଚିଠି କରିଛନ୍ତି, ଯାହାକି ବ୍ୟବସାୟୀଙ୍କୁ ହତାଶ କରିଛି। କୋଟି କୋଟି ଟଙ୍କାର ଜିନିଷ ଆଣି ପୁଣି ଏହାକୁ ନେଇ ଫେରିଯିବା ଚିନ୍ତା ସେମାନଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଏଭଳି ନିଷ୍ପତ୍ତି ଅତ୍ୟନ୍ତ ହୃଦୟବିଦାରକ ବୋଲି ଚାର୍ଟ ଦୋକାନୀ ରତିକାନ୍ତ ପୁହାଣ କହିଛନ୍ତି । କରୋନା ବହୁ ପୂର୍ବରୁ ଆରମ୍ଭ ହୋଇଥିଲା। ଆସିବା ପୂର୍ବରୁ ନିର୍ଦ୍ଦେଶନାମା ଜାରି କରିଥିଲେ ଏଭଳି ଦୁର୍ଭାଗ୍ୟଜନକ ପରିସ୍ଥିତି ସାମ୍‌ନା କରିବାକୁ ପଡି ନ ଥାନ୍ତା ବୋଲି ଚଣା ବ୍ୟବସାୟୀ ମଣିରାମ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri