Categories: ଜାତୀୟ

କରୋନା ଭାଇରସରେ ମୃତକଙ୍କ ପରିବାରକୁ ମିଳିବ ସହାୟତା

ନୂଆଦିଲ୍ଲୀ,୧୪।୩: ଏବେ କରୋନା ଭାଇରସ କବଳରେ ଭାରତ। ଏବେସୁଦ୍ଧା ଏଠାରେ ୮୫ ଜଣ କରୋନା ଭାଇରସ ପଜିଟିଭଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ତେବେ କୋରୋନା ଭାଇରସ ସଂକ୍ରମଣରେ ମୃତକଙ୍କ ପରିବାରଙ୍କୁ କେନ୍ଦ୍ର ସରକାର ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରାଯାଇଛି। କରୋନା ଭାଇରସକୁ ନେଇ ଯେଉଁମାନେ ସଚେତନତା ସୃଷ୍ଟି କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହା ଲାଗୁ କରାଯିବ ବୋଲି କହିଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ। State Disaster Response Fund (SDRF)ରୁ ଏହି ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଛି।

Share