କରୋନା ଭାଇରସରେ ପୀଡିତ ଇରାନ ଉପରାଷ୍ଟ୍ରପତି

ତେହେରାନ,୨୮।୨: ଚାଇନାରୁ ଆରମ୍ଭ ହୋଇଥିବା ମାହାମାରୀ କରୋନା ଭାଇରସ ଏବେ ସାରା ବିଶ୍ୱକୁ କାୟା ବିସ୍ତାର କରିବାରେ ଲାଗିଛି। ଏବେ ଇରାନର ଉପ ରାଷ୍ଟ୍ରପତି ମାସୁମେହ ଏବତେକାର କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଇରାନରେ କରୋନାରେ ପୀଡିତ ଥିବା ୭ ଅଧିକାରୀଙ୍କ ମଧ୍ୟରୁ ଉପରାଷ୍ଟ୍ରପତି ଅନ୍ୟତମ। ଏବେସୁଦ୍ଧା ସେଠାରେ କରୋନା ଭାଇରସ ସଂକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହାଇ ସାରିଲାଣି। ଇରାନରେ ଏବେ ସୁଦ୍ଧା ୨୪୫ ଜଣଙ୍କ ନିକଟରେ କରୋନା ଭାଇରସ ପଜିଟିଭ ଥିବା ଚିହ୍ନଟ କରାଯାଇଥିବା ବେଳେ ଆଗକୁ ଏହା ବୃଦ୍ଧି ଘଟିପାରେ ବୋଲି ଅନୁମାନ କରାଯାଇଛି। ସୂଚନାଯୋଗ୍ୟ, ଚାଇନାରେ ଏବେସୁଦ୍ଧା କରୋନା ଭାଇରସ ସଂକ୍ରମଣରେ ପ୍ରାୟ ୨,୭୧୫ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ୭୮ ହଜାରରରୁ ଊର୍ଦ୍ଧ୍ୱ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି।

Share