କରୋନା ପ୍ରଭାବ: ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏ ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ୱର, ୧୭।୩(ବ୍ୟୁରୋ): କରୋନା ସତର୍କତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। ଏହି ପରିପ୍ରେକ୍ଷୀରେ ଆହାର କେନ୍ଦ୍ର ଖୋଲା ରହିବା ସମୟ ଅବଧିକୁ ସୋମବାରଠାରୁ ବଢ଼ାଯାଇଛି। ଏହା ଦିନ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ। ଭିଡ଼କୁ ନିୟନ୍ତ୍ରଣରେ ରଖିବାକୁ ଏପରି କରାଯାଇଛି। ଏ ନେଇ ଗୃହ ଓ ସହରାଞ୍ଚଳ ବିଭାଗ ସଚିବଙ୍କ ପକ୍ଷରୁ ସମସ୍ତ ଜିଲାପାଳ, ମ୍ୟୁନିସିପାଲିଟି କର୍ପୋରେଶନକୁ ଚିଠିଲେଖି ନିର୍ଦ୍ଦେଶ ଦିଆଯାଇଛି।

ଲୋକେ ଧାଡିରେ ଯାଇ ଆହାର ଗ୍ରହଣ କରିବେ। ଧାଡିରେ ଦୁଇ ଲୋକଙ୍କ ଭିତରେ ଅତି କମ୍‌ରେ ଦେଢ଼ ମିଟର ଦୂରତା ରହିବା ଆବଶ୍ୟକ। ଏହି କାର୍ଯ୍ୟକୁ ତଦାରଖ କରିବା ଲାଗି ଆହାର କେନ୍ଦ୍ରଗୁଡିକରେ ପୋଲିସ କର୍ମଚାରୀ ବା ହୋର୍ମଗାର୍ଡଙ୍କୁ ମୁତୟନ କରାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ଲୋକେ ଆହାର କେନ୍ଦ୍ରଗୁଡିକରେ ପ୍ରବେଶ କରିବା ପୂର୍ବରୁ ହାଇ ଧୋଇବା ଲାଗି ସାବୁନ ବା ହ୍ୟାଣ୍ଡ ଓ୍ବାସର ବ୍ୟବସ୍ଥା କରାଯିବ। ଖାଲି ସେତିକି ନୁହେଁ ବାହାରେ ହଷ୍ଟବିନ୍‌ ରଖାଯିବ। ଅପରପେକ୍ଷ ଲୋକଙ୍କୁ କୁପନ ଲାଗି ବକ୍ସରେ ଟଙ୍କା ପକାଇବାକୁ କୁହାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନସର ହସପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ: ସାଂସଦ ପ୍ରଦୀପ ପୁରୋହିତ

ବରଗଡ,୧୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଦୃଷ୍ଟିରୁ ବରଗଡ଼ କ୍ୟାନସର ହସପିଟାଲକୁ ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ…

ଓଡ଼ିଶାରେ ୪,୧୦୦ କୋଟିର ପୁଞ୍ଜିନିବେଶକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦,୦୦୦ ନିଯୁକ୍ତି

ଭୁବନେଶ୍ୱର,୧୦।୨: ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ମଙ୍ଗଳବାର ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ରାଜ୍ୟ ସରକାର ୪,୧୧୧.୮୦ କୋଟି…

ବଡ ନିର୍ଦେଶ ଦେଲେ ଓଡିଶା ହାଇକୋର୍ଟ, ପେଣ୍ଡିଂ ଚାଲାଣ କାଟିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧୦।୨: ଗାଡି ଚଳାଉଥିବା ଲୋକମାନଙ୍କ ପାଇଁ ଏକ ବଡ଼ ଖବର। ଏଣିକି ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବା PUCC ପାଇବାକୁ ହେଲେ, ସମସ୍ତ ପେଣ୍ଡିଂ ଟ୍ରାଫିକ…

ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡରେ ଭାଗ ନେଇ ଫେରିଲେ ରାଜ୍ୟର ଗୌରବ ରାକେଶ

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ଆର୍ମି ୱିଂଗର କ୍ୟାଡେଟ ରାକେଶ ଭୂୟାଁଙ୍କୁ ମଙ୍ଗଳବାର କଲେଜ ପକ୍ଷରୁ ସମ୍ବର୍ଦ୍ଧନା…

ନେଦରଲାଣ୍ଡ୍ସ ୭ ଉଇକେଟରେ ବିଜୟୀ: ସୁପର-୮ ଆଶା ଉଜ୍ଜୀବିତ

ନୂଆଦିଲ୍ଲୀ, ୧୦ା୨: ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ‘ଏ’ ମ୍ୟାଚରେ ନେଦରଲାଣ୍ଡ୍ସ ୭ ଉଇକେଟରେ ନାମିବିୟାକୁ ହରାଇ ଦେଇଛି। ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ…

ଫେବୃଆରୀ ୧୨ରେ ଭାରତ ବନ୍ଦ, ଜାଣନ୍ତୁ ବ୍ୟାଙ୍କ ଖୋଲା ରହିବ ନା ବନ୍ଦ…

ନୂଆଦିଲ୍ଲୀ,୧୦।୨: ଯଦି ଆପଣଙ୍କର କୌଣସି ବ୍ୟାଙ୍କ କିମ୍ୱା ସରକାରୀ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କାମ ଅଛି ଏବଂ ଆପଣ ଏହାକୁ ଫେବୃଆରୀ 12 ତାରିଖରେ ସମାପ୍ତ କରିବାକୁ ଯୋଜନା…

ଭାରତ ବନ୍ଦ ଡାକରା, ଓଡ଼ିଶାରେ ଏହି ୫ଟି ସେବାରେ ପଡିବ ବଡ ପ୍ରଭାବ!

ନୂଆଦିଲ୍ଲୀ,୧୦।୨: ବଡ ଖବର । ପୁଣି ଭାରତ ବନ୍ଦ ଡାକରା । ପୁଣି ଅଖ ଚକ ହେବ ଜାମ୍ । ଏ ନେଇ ବଡ ଖବର ସାମ୍ନାକୁ…

ସତ୍ୟବ୍ରତ ହତ୍ୟାକାଣ୍ଡ: ପ୍ରେମିକାଙ୍କୁ ଥାନାକୁ ନେଇ ଖଟାପାଣି ପିଆଇଥିଲା ପୋଲିସ

ଭୁବନେଶ୍ୱର,୧୦।୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେଇଛି। ଯାହା ଚାଞ୍ଚଲ୍ୟ ସୃଷ୍ଟ କରିଛି। ଏବେ ଯେଉଁ ଘଟଣା ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri