କରୋନା ପ୍ରଭାବ: ଖୋଲା ଅଛି ଏଟିଏମ୍‌, ଟଙ୍କା ନାହିଁ

ଶେରଗଡ଼,୨ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ସମସ୍ତ ଏଟିଏମ୍‌ ଖୋଲା ରହିଥିଲେ ମଧ୍ୟ ଏଥିରେ ଟଙ୍କା ନ ଥିବାରୁ ଲୋକେ ଜରୁରୀ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।କରୋନା ପ୍ରଭାବ ଯୋଗୁ ଏପରିି ଅବସ୍ଥା ଦୁଇଦିନ ଧରି ଲାଗି ରହିଛି। ଶେରଗଡ଼ରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଦୁଇଟି ଶାଖା, ଆନ୍ଧ୍ର ବ୍ୟାଙ୍କର ଗୋଟିଏ,ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ଗୋଟିଏ, ଆହ୍ଲାବାଦ ବ୍ୟାଙ୍କର ଗୋଟିଏ, ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କର ଗୋଟିଏ ଶାଖା ରହିଛି। କିନ୍ତୁ ଦୁଇଦିନ ହେବ ଉକ୍ତ ଏଟିଏମ୍‌ଗୁଡ଼ିକରେ ଟଙ୍କା ନାହିଁ। ସରକାର ସବୁ ଏଟିଏମ୍‌ରେ ଟଙ୍କା ମହଜୁଦ୍‌ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଶେରଗଡ଼ରେ ଉକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷମାନେ ଏହାକୁ ଉଲ୍ଲଂଘନ କରୁଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।