Categories: ଖେଳ

କରୋନା ପୀଡ଼ିତ ପୂର୍ବତନ ରିୟଲ ମାଡ୍ରିଡ୍‌ ସଭାପତିଙ୍କ ପରଲୋକ

ମାଡ୍ରିଡ୍‌,୨୨।୩- ପୂର୍ବତନ ରିୟଲ ମାଡ୍ରିଡ୍‌ ସଭାପତି ୭୬ ବର୍ଷୀୟ ଲୋରେଞ୍ଜୋ ସାଞ୍ଜଙ୍କ ପରଲୋକ ଘଟିଛି। କରୋନା ଭାଇରସ ଯୋଗୁ ଶନିବାର ତାଙ୍କର ମୃତ୍ୟୁ ହୋଇଛି। ଏ ନେଇ ତାଙ୍କ ପୁଅ ସ୍ପଷ୍ଟ କରିଛନ୍ତି। ସାଞ୍ଜ ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ରିୟଲ ମାଡ୍ରିଡ୍‌ ଫ୍ରାଞ୍ଚାଇଜର ସଭାପତି ଥିଲେ। ଏହି ସମୟରେ ମାଡ୍ରିଡ୍‌ ଦୁଇ ଥର ଚାମ୍ପିୟନ୍ସ ଲିଗ୍‌ ଟ୍ରଫି, ୟୁରୋପିଆନ କପ୍‌, ଇଣ୍ଟରନ୍ୟାଶନାଲ କପ, ସ୍ପାନିଶ ସୁପର କପ୍‌ ଓ ଥରେ ଲା ଲିଗା ଲିଗ୍‌ ଜିତିଥିଲା। ମୋ ବାପାଙ୍କ ପରଲୋକ ଘଟିଛି। ସେ କଠିନ ପରିଶ୍ରମ ଓ ଧୈର୍ଯ୍ୟବାନ ବ୍ୟକ୍ତି ଥିଲେ ବୋଲି ଲେରେଞ୍ଜୋ ସାଞ୍ଜ ଜୁନିୟର ଟୁଇଟ୍‌ କରିଛନ୍ତି। ୩ ଦିନ ତଳେ ସିନିୟର ସାଞ୍ଜ କରୋନାରେ ଆକ୍ରାନ୍ତା ହୋଇ ମାଡ୍ରିଡ୍‌ ମେଡିକାଲରେ ଭର୍ତ୍ତି ହୋଇଥି୍ବା ପୁଅ ଜୁନିୟର ସୂଚନା ଦେଇଥିଲେ।

Share