କରୋନା ପାଇଁ ସମର୍ପିତ ହେଲା ଭାରତର ପ୍ରଥମ ହସ୍ପିଟାଲ

ମୁମ୍ବାଇ,୨୪।୩: କରୋନା ଭାଇରସ ଏବେ ବିଶ୍ୱକୁ ତା’ କବଳକୁ ନେଇ ସାରିଥିବା ବେଳେ ଭାରତ ଏଥିରୁ ବାଦ୍‌ ପଡିନାହିଁ। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ଶହ ଅତିକ୍ରମ କରିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ମଙ୍ଗଳବାର ସକାଳ ସୁଦ୍ଧା ମୃତକଙ୍କ ସଂଖ୍ୟା ୧୦ ହୋଇଥିବା ଜଣାପଡିଛି। ମହାରାଷ୍ଟ୍ରରେ ସର୍ବାଧିକ ୧୦୧ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ରିଲାଏନ୍ସ ଇଣ୍ଡଷ୍ଟ୍ରି ପକ୍ଷରୁ କରୋନା ପାଇଁ ପ୍ରଥମ କରି ମୁମ୍ବାଇରେ ଏକ ସ୍ବତନ୍ତ୍ର ହସ୍ପିଟାଲର ବ୍ୟବସ୍ଥା କରାଯାଇଛି। ସେହିପରି ମଧ୍ୟପ୍ରଦେଶର ଭୋପାଳ ମେମୋରିଆଲ ହସ୍ପିଟାଲକୁ କରୋନା ଚିକିତ୍ସା ଲାଗି ଉତ୍ସର୍ଗ କରାଯାଇଥିବା ଘୋଷଣା କରାଯାଇଛି। ଅନ୍ୟପଟେ ଜମ୍ମୁର ସରକାରୀ ମେଡିକାଲ କଲେଜକୁ ମଧ୍ୟ କରୋନା ଚିକିତ୍ସା ପାଇଁ ଉତ୍ସର୍ଗ କରାଯାଇଥିବା ଜଣାପଡିଛି।

Share