କରୋନା ପାଇଁ ସତର୍କ, ସଚେତନ ରହିବାକୁ ପରାମର୍ଶ

ବିନିକା,୮ା୫(ଡି.ଏନ୍‌.ଏ.)-ଶୁକ୍ରବାର ବିଶ୍ୱ ରେଡକ୍ରସ ଦିବସ ଅବସରରେ ବିନିକା ଓ ଡୁଙ୍ଗୁରୀପାଲି ବ୍ଲକ୍‌ ଶିକ୍ଷା ବିଭାଗ ଅଧୀନ ବିଭିନ୍ନ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଥିଲା। ଏହି ଅବସରେ ସ୍ଥାନୀୟ ଜନସାଧାରଣଙ୍କୁ ମାସ୍କ ପ୍ରଦାନ କରାଯିବା ସହ ସାନିଟାଇଜର ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ବିନିକା ଏବଂ ଡୁଙ୍ଗୁରୀପାଲି ବ୍ଲକ୍‌ର ଶିକ୍ଷକମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। କୁଇବାହାଳ ହାଇସ୍କୁଲର ଶିକ୍ଷକ ଶେଷଦେବ ଛତ୍ର, ବାଙ୍କିପାଳି ହାଇସ୍କୁଲର ହୃଷୀକେଶ ଡାଙ୍ଗ ଓ ବଡକର୍ଲେ ହାଇସ୍କୁଲର ରବୀନ୍ଦ୍ର ଦୀପ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।