କରୋନା ପାଇଁ ସଂଘର୍ଷ ଜାରି ରଖିଛି ଗଞ୍ଜାମ ପୋଲିସ

ଗଞ୍ଜାମ,୨୬ା୪(ଡି.ଏନ୍‌.ଏ.) : କରୋନା ଭୂତାଣୁ ସାରା ବିଶ୍ୱରେ କାୟାବିସ୍ତାର କରି ଚାଲିଛି। ଓଡ଼ିଶାରେ ମଧ୍ୟ ଏହି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ଗଞ୍ଜାମ ଜିଲାରେ ଏଯାବତ୍‌ କୌଣସି ବ୍ୟକ୍ତି ଆକ୍ରାନ୍ତ ହୋଇ ନ ଥିବା ବେଳେ ଏହାର ଶ୍ରେୟ ଗଞ୍ଜାମ ଜିଲା ପ୍ରଶାସନକୁ ମିଳିଛି । କରୋନା ଭୂତାଣୁ ନ ବ୍ୟାପିବା ପାଇଁ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଲକ୍‌ଡାଉନ୍‌ କଡ଼ାକଡ଼ି କରିଛନ୍ତି। ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଗଞ୍ଜାମ ଥାନା ପୋଲିସ ଦିନ ରାତି ଏକ କରି ଦେଇଛନ୍ତି। ଆଇଆଇସି ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ୱରେ ସମସ୍ତ ପୋଲିସ କର୍ମଚାରୀ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। ଗଞ୍ଜାମ ଥାନା ପୋଲିସର ଏହି କାର୍ଯ୍ୟଶୈଳୀକୁ ଗଞ୍ଜାମବାସୀ ସାଧୁବାଦ ଜଣାଇଛନ୍ତି।