କରୋନା ପାଇଁ କଇଁଚି ବନ୍ଦ: ବୃତ୍ତି ଚିନ୍ତାରେ ବାରିକ

ଭୁବନ, ୧୧।୫ (ବିପିନ ବିହାରୀ ସେଠୀ): ଜୀବନ ଆଉ ଜୀବିକା ମଝିରେ ଛିଡ଼ା ହୋଇଛି ଭୂତାଣୁ। ଦେଢ଼ମାସ ହେଲା ଦୋକାନରେ ଝୁଲୁଛି ତାଲା। କରୋନା ପାଇଁ ଚାଲୁନି କଇଁଚି। ହାତବାନ୍ଧି ବସିଛନ୍ତି ପାର୍ଲର, ସେଲୁନ ଦୋକାନୀ। ଲୋକଙ୍କୁ ନିରନ୍ତର ସେବା ଯୋଗାଇ ପେଟ ପୋଷୁଥିବା ଏହି ମେହନତି ମଣିଷଙ୍କ ରୋଜଗାରର ବାଟ ବନ୍ଦ ହୋଇଯାଇଛି। ସରକାରୀସ୍ତରରେ କୌଣସି ସହାୟତା ଘୋଷଣା ନ ହେବା ସେମାନଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେଇଛି। ଏଭଳି ପରିସ୍ଥିତିରେ ପେଟ ପାଇଁ ନିତି ସଂଘର୍ଷ କରୁଛନ୍ତି ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ୨୮ ସେଲୁନ ଦୋକାନୀ।
ସମ୍ପୃକ୍ତ ଦୋକାନୀମାନେ କୌଳିକ ବୃତ୍ତିକୁ ନେଇ ପରିବାର ପ୍ରତିପୋଷଣ କରିଥାନ୍ତି। କରୋନା ସଂକ୍ରମଣ ପ୍ରତିରୋଧ ଲାଗି ସରକାରୀ ନିର୍ଦ୍ଦେଶ ଅନୁଯାୟୀ ମାର୍ଚ୍ଚ ୧୯ରୁ ସମସ୍ତ ସେଲୁନ୍‌, ପାର୍ଲର ବନ୍ଦ ରହିଛି। ହେଲେ ପେଟ ପୋଷିବାର ମୁଖ୍ୟ ମାଧ୍ୟମ ବନ୍ଦ ହୋଇଯିବାପରେ ଉପୁଜିଛି ସମସ୍ୟା। ଗ୍ରାମାଞ୍ଚଳର କାରିଗରମାନେ ଘରକୁ ଘର ବୁଲି ସେବା ଯୋଗାଇ ଦେଉଛନ୍ତି। ହେଲେ ସହରାଞ୍ଚଳରେ କଟକଣା କଡ଼ାକଡ଼ି କରାଯାଇଥିବାରୁ ସମ୍ପୃକ୍ତ ସେଲୁନ୍‌ ଦୋକାନୀ ହାତବାନ୍ଧି ବସିଛନ୍ତି। ସହାୟତା ଯୋଗାଇ ଦେବାକୁ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେମାନଙ୍କ ଗୁହାରି କେହି ଶୁଣୁ ନ ଥିବା ସଂଘର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି। ସରକାରଙ୍କ ପକ୍ଷରୁ ବିଭିନ୍ନ ବର୍ଗର ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଉଥିବାବେଳେ ସେଲୁନ୍‌ ଦୋକାନୀ ଏଥିରୁ ବାଦ୍‌ ପଡ଼ିବା କ୍ଷୋଭର ବିଷୟ ବୋଲି ଦୋକାନୀମାନେ କହିଛନ୍ତି।
ଏ ନେଇ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ କୁହନ୍ତି, କେତେକ ସଙ୍ଗଠନ ପକ୍ଷରୁ ସେଲୁନ ଦୋକାନୀଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ୍‌ ଦିଆଯାଇଥିଲା। ହେଲେ ସରକାରଙ୍କ ପକ୍ଷରୁ ସେଲୁନ୍‌ ଦୋକାନୀଙ୍କ ଲାଗି କୌଣସି ସହାୟତା ଆସିନାହିଁ। ଆସିଲେ ସେମାନଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

 

ଆମ ଗୁହାରି କେହି ଶୁଣୁନାହାନ୍ତି
ଲକ୍‌ଡାଉନ ଯୋଗୁ ପାଖାପାଖି ଦୁଇମାସ ହେଲା ଦୋକାନ ବନ୍ଦ। ଦୋକାନ ଖୋଲାଥିବା ସମୟରେ ଭଲ ବ୍ୟବସାୟ ହେଉଥିଲା। ପରିବାର ହସଖୁସିରେ ଚଳିଯାଉଥିଲା। ହେଲେ ଏବେ ଦୁଇଓଳି ଖାଇବାକୁ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଲାଣି। ଆମ ଗୁହାରି କେହି ଶୁଣୁନାହାନ୍ତି। ବାଧ୍ୟ ହୋଇ ଘରକୁ ଘର ବୁଲି କେତେଜଣଙ୍କ ଚୁଟି କାଟି ଗୁଜୁରାଣ ମେଣ୍ଟାଉଛି।


– କରୁଣାକର ବାରିକ

୫ କର୍ମଚାରୀଙ୍କ ରୋଜଗାର ବନ୍ଦ
ଏକତାଳି ପଞ୍ଚାୟତରୁ ଆସି ଭୁବନ ଏନ୍‌ଏସିରେ ସେଲୁନ୍‌ କରିଛି। ଦୋକାନରେ ୫ଜଣ କାରିଗର କାମ କରୁଥିଲୁ। କରୋନା ସଂକ୍ରାମଣ ଭୟ ଥିବା କହି ସରକାର ଦୋକାନ ବନ୍ଦ କରିଦେଲେ। ସେହିଦିନଠାରୁ ବ୍ୟବସାୟ ଠପ୍‌। ସଞ୍ଚିତ ଅର୍ଥ ସରିଗଲାଣି। ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ଲିଖିତ ଭାବେ ଜଣାଇଛୁ। ସରକାର ନିଶ୍ଚୟ ଆମ କଥା ବିଚାର କରିବେ ବୋଲି ଆଶା ଅଛି।


– ଅଜୟ କୁମାର ବାରିକ


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri