Posted inଜାତୀୟ

କରୋନା କମିଲେ ଅର୍ଥନୀତି ସୁଧୁରିବ

ନୂଆଦିଲ୍ଲୀ,୧୭ା୬: ମହାମାରୀ କରୋନାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। କିଭଳି ଭୂତାଣୁ ଉପରେ ନିୟନ୍ତ୍ରଣ ଅଣାଯିବ ଓ କି ପକ୍ଷେପ ଗ୍ରହଣ କରାଯିବ, ସେନେଇ ମୋଦି ଆଲୋଚନା କରିଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମାନଙ୍କ ସହ ଏହା ମୋଦିଙ୍କ ଷଷ୍ଠ ଆଲୋଚନା ହୋଇଥିବା ବେଳେ ସମୟସାପେକ୍ଷ ନିଷ୍ପତ୍ତି ଉପରେ ଗୁରୁତ୍ୱାରୋପ କରାଯାଇଛି।
ଆଲୋଚନାରେ ଏବେକାର ସଫଳ ପଦକ୍ଷେପ ଭବିଷ୍ୟତରେ ଆମେ ଏକାଠି ଲଢ଼ିବାର ଅଭିଜ୍ଞତାକୁ ଦର୍ଶାଇବ ବୋଲି ମୋଦି ପ୍ରକାଶ କରିଛନ୍ତି। ଲକ୍‌ଡାଉନ୍‌ ହଟିବା ପରେ ଏବେ ସାଧାରଣ ଜୀବନଯାପନ ଆରମ୍ଭ ହେଲାଣି। ଲୋକମାନେ ବାଣିଜ୍ୟ, ବ୍ୟବସାୟ ଓ ଅଫିସ୍‌କୁ ଫେରିଲେଣି। ସ୍ବାଭାବିକ ପ୍ରକ୍ରିୟା ସହ ଆର୍ଥତ୍କ ସୁଧାର ସ୍ଥିତି ଆସିଲାଣି। ମହାମାରୀ କରୋନା କମିଲେ ଆର୍ଥତ୍କ ଅଭିବୃଦ୍ଧି ଦେଖାଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସାରା ବିଶ୍ୱକୁ ଦେଖିଲେ ଭାରତର ସ୍ଥିତି ଭଲ ଅଛି ଓ କମ୍‌ ଲୋକଙ୍କ ମୃତ୍ୟୁ ଘଟିଛି। ତେବେ କରୋନା ବିରୋଧରେ ଲଢ଼େଇ ଲାଗି ଆମେ ସତର୍କତାର ସହ ଆଗକୁ ମାଡ଼ିବା ଦରକାର। ବାହାରକୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ନିହାତି ଜରୁରୀ। ଦୁଇ ଗଜ ଦୂରତା ରକ୍ଷାକରିବା ସହ ହାତ ଧୋଇ ସାନିଟାଇଜ୍‌ କରିବା ନିତାନ୍ତ ଆବଶ୍ୟକ ବୋଲି ମୋଦି କହିଛନ୍ତି। ହାଟବଜାର ଖୋଲିଛି, ଆମକୁ ଅଧିକ ସତର୍କ ଓ ସାବଧାନ ହୋଇ କାମ କରିବାକୁ ପଡ଼ିବ। ଦେଶରେ ଏବେ ଆରୋଗ୍ୟଙ୍କ ସଂଖ୍ୟା ୫୦%ରୁ ଅଧିକ ହେଲାଣି। ପ୍ରବାସୀ ଶ୍ରମିକମାନେ ନିଜ ନିଜ ଘରକୁ ଫେରିଛନ୍ତି। ଅନ୍‌ଲକ୍‌-୧କୁ ୨ ସପ୍ତାହ ପୂରିଛି, ହେଲେ ବିଶ୍ୱ ସ୍ଥିତିକୁ ଦେଖିଲେ ଭାରତର ସ୍ଥିତି ସେତେ ବିଗିଡ଼ି ନାହିଁ। ଭବିଷ୍ୟତ ରଣନୀତି ଲାଗି ରାଜ୍ୟ ମୁଖ୍ୟମାନଙ୍କ ଗୁରୁଦାୟିତ୍ୱ ରହିଛି। ସେମାନଙ୍କ ମତାମତ ଓ ବାସ୍ତବ ସ୍ଥିତିକୁ ବିଚାରକୁ ନେଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।
ପ୍ରକାଶଥାଉ କି, ଭାରତରେ ଗତ କିଛିଦିନ ହେବ ଉଗ୍ର ସଂକ୍ରମଣ ସ୍ଥିତି ଦେଖାଦେଇଥିବା ବେଳେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୩ ଲକ୍ଷ ୪୫ ହଜାରରେ ପହଞ୍ଚିଲାଣି। ମୃତ୍ୟୁସଂଖ୍ୟା ୯,୯୦୦ ଟପିଛି। ଗତ ୫ ଦିନ ହେବ ଦୈନିକ ୧୦ ହଜାରରୁ ଊର୍ଦ୍ଧ୍ୱ ନୂଆ ମାମଲା ସାମ୍ନାକୁ ଆସୁଛି। ମହାରାଷ୍ଟ୍ର, ତାମିଲନାଡ଼ୁ, ରାଜଧାନୀ ଦିଲ୍ଲୀ, ପଶ୍ଚିମବଙ୍ଗ, କର୍ନାଟକ, ଗୁଜରାଟ, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଉଗ୍ରରୂପ ଧାରଣ କରିଛି। ତେଣୁ ପ୍ରଧାନମନ୍ତ୍ରୀ ୧୬ ଓ ୧୭ରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ମଙ୍ଗଳବାର ମୋଦି ପଞ୍ଜାବ, ଗୋଆ, କେରଳ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ ଓ ଉତ୍ତର-ପୂର୍ବ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। କେତେକ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ, ପ୍ରଶାସନିକ ଅଧିକାରୀ ମଧ୍ୟ ଏହି ଆଲୋଚନାରେ ଭାଗ ନେଇଛନ୍ତି। ବୁଧବାର ମୋଦି ଓଡ଼ିଶା ସମେତ ୧୫ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଜମ୍ମୁ-କଶ୍ମୀର୍‌ର ଉପରାଜ୍ୟପାଳଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri