କରୋନା କବଳରେ ୧୨୨ ସିଆର୍‌ପିଏଫ୍‌ ଯବାନ

ନୂଆଦିଲ୍ଲୀ,୨।୫: ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ ଜାରି ରହିଥିଲେ ମଧ୍ୟ ଏବେବି ଏହା ବୃଦ୍ଧି ପାଇବାରେ ଲାଗିଛି। ୨୪ ଘଣ୍ଟାରେ ଦେଶରେ ୨ ହଜାରରୁ ଊର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ତେବେ ଏଥିରୁ ବର୍ତ୍ତି ପାରି ନାହାନ୍ତି କରୋନା ଯୋଦ୍ଧା। ପୋଲିସଙ୍କ ପରେ ଏବେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌)ର ଯବାନମାନେ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଖବର ଆସିଛି। ଶନିବାର ପୂର୍ବ ଦିଲ୍ଲୀର ୬୮ ଜଣ ସିଆର୍‌ପିଏଫ୍‌ ଯବାନଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଏବେ ୧୨୨ ଜଣ ଯବାନା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏମାନଙ୍କୁ ମିଶାଇ ସିଆର୍‌ପିଏଫ୍‌ର ୧୨୭ ଜଣ ଯବାନ କରୋନାରେ ଆକ୍ରାନ୍ତ ହେବା ପରେ ଏମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି। ଏମାନେ ସମସ୍ତେ ଗୋଟିଏ ବାଟାଲିୟନର ହୋଇଥିବା ବେଳେ ଏବେବି ପାଖପାଖି ୧୫୦ ଜଣଙ୍କ ରିପୋର୍ଟ ଆସିବା ବାକି ରହିଛି।

Share