କରୋନା କଟକଣା: ଫୁଲ ବ୍ୟବସାୟୀଙ୍କ ଦୁଃଖ ବଢ଼ିଲା

ଭୁବନେଶ୍ୱର, ୧୯।୪(ବ୍ୟୁରୋ): ଭୁବନେଶ୍ୱରରେ ପ୍ରତିଦିନ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଫୁଲ କାରବାର ହୋଇଥାଏ। ସହରରେ ପାଖାପାଖି ୫ଶହ ବ୍ୟବସାୟୀ ଫୁଲ ବେପାର କରି ପରିବାର ଚଳାନ୍ତି। ଏଥିସହ ଏମାନଙ୍କ ଉପରେ ଆହୁରି ବହୁ ପରିବାର ପରୋକ୍ଷରେ ନିର୍ଭର କରନ୍ତି। ଏବେ କରୋନା କଟକଣା ସେମାନଙ୍କ ଜୀବନଜୀବିକାକୁ ଗୁରୁତର ପ୍ରଭାବିତ କରିଛି। ଲକ୍‌ଡାଉନ୍‌ ପାଇଁ ଲୋକେ ଘରେ ରହୁଥିବାବେଳେ ଫୁଲ ଦୋକାନ ଓ ବ୍ୟବସାୟ ବନ୍ଦ ରହିଛି। ଫଳରେ ଫୁଲ ବ୍ୟବସାୟୀମାନେ ହାତବାନ୍ଧି ବସିଥିବାବେଳେ ପରିବାରର ଦୁଃଖ ମଧ୍ୟ ବଢ଼ିଚାଲିଛି।

ମନ୍ଦିରମାଳିନୀ ଭୁବନେଶ୍ୱରରେ ବର୍ଷତମାମ ଫୁଲ ବ୍ୟବସାୟ ଚାଲିଥାଏ। ମେଳା, ଉତ୍ସବଠାରୁ ଆରମ୍ଭ କରି ବଡ଼ ବଡ଼ ଇଭେଣ୍ଟରେ ସାଜସଜ୍ଜା ପାଇଁ ବହୁ ଲକ୍ଷ ଟଙ୍କାର ଫୁଲ ଲାଗିଥାଏ। ଏଥିସହ ଘରୋଇ କାର୍ଯ୍ୟକ୍ରମ, ବାହାଘର, ଠାକୁର ପୂଜା ପାଇଁ ମଧ୍ୟ ଫୁଲର ଆବଶ୍ୟକତା ବଢ଼ି ଚାଲିଛି। ହୋଲ୍‌ସେଲରମାନେ ରାଜ୍ୟ ତଥା ବାହାରୁ ଫୁଲ ଆଣି ସହରର ଫୁଲ ଦୋକାନୀମାନଙ୍କୁ ଯୋଗାଇଥାନ୍ତି। ଫୁଲ ହୋଲ୍‌ସେଲିଂ ଓ ରିଟେଲିଂ କ୍ଷେତ୍ରରେ ହଜାର ହଜାର ଲୋକ ନିୟୋଜିତ ଅଛନ୍ତି। ସେହିଭଳି ଫୁଲ ସାଜସଜ୍ଜାକୁ ମଧ୍ୟ ବହୁ ଲୋକ ରୋଜଗାରପନ୍ଥା ଭାବେ ବାଛି ନେଇଛନ୍ତି। ଏବେ ସମସ୍ତେ ରୋଜଗାର ହରାଇଛନ୍ତି।

ଭୁବନେଶ୍ୱରରେ ଦିନକୁ ପ୍ରାୟ ୧୦ଟନ୍‌ରୁ ଊର୍ଦ୍ଧ୍ୱ ଫୁଲ ବିକ୍ରି ହେଉଥିଲା। ଏଥିପାଇଁ ସହର ଉପକଣ୍ଠ ସମେତ କଲିକତା, ମୁମ୍ବାଇ ଆଦି ସହରରୁ ଫୁଲ ଆସିଥାଏ। ଏହି ବ୍ୟବସାୟରେ ୫ ହଜାରରୁ ଅଧିକ ଲୋକ ନିୟୋଜିତ ଅଛନ୍ତି। ଲକ୍‌ଡାଉନ୍‌ ପାଇଁ ଏବେସୁଦ୍ଧା ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତି ହୋଇସାରିଲାଣି। ଆଉ କେତେଦିନ ଏପରି ସ୍ଥିତି ଲାଗି ରହିବ ତାହାର ମଧ୍ୟ କିଛି ନିଶ୍ଚିତତା ନାହିଁ। ଆଗକୁ ଫୁଲ ବ୍ୟବସାୟୀଙ୍କ ଅବସ୍ଥା କ’ଣ ହେବ କହି ହେଉନି। ସରକାର ଫୁଲ ବ୍ୟବସାୟୀଙ୍କ ପାଇଁ କିଛି ବିକଳ୍ପ ପନ୍ଥା ବାହାର କରିବା ଦରକାର।
– ମନୋଜ ନାୟକ, ସଭ୍ୟ,

ଓଡ଼ିଶା ଫୁଲ ବ୍ୟବସାୟୀ ସଂଘ
ଫୁଲ ବେପାରରୁ ମୋ ଭଳି ବହୁ ଲୋକଙ୍କ ପରିବାର ଚଳେ। ପାଖାପାଖି ମାସେ ହେବ ରୋଜଗାର ନାହିଁ। ପାଖରେ ଥିବା ଟଙ୍କା ସରି ଆସୁଥିବାରୁ ଅଧାବେଳା ରୋଷେଇ କରୁନୁ। ବହୁ ପରିବାର ମଧ୍ୟ ଭୋକରେ ଥିବା କହୁଛନ୍ତି। ଲକ୍‌ଡାଉନ୍‌ ଶେଷ ବେଳକୁ ବହୁ ପରିବାର ଅନାହାରରେ ଦିନ କାଟୁଥିବେ। ସରକାର ଏଥିପ୍ରତି ଗୁରୁତ୍ୱ ଦେଇ ସହାୟତା ନ ଦେଲେ କରୋନାଠାରୁ ଅନାହାର ସ୍ଥିତି ବଳିଯାଇଥିବ।
– ଯତୀନ ରାଉତ,
ଫୁଲ ବ୍ୟବସାୟୀ, ଚନ୍ଦ୍ରଶେଖରପୁର


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri