କରୋନା ଉପରେ ଲଗାମ ନାହିଁ

ଓ୍ବାଶିଂଟନ/ରୋମ୍‌/ପ୍ୟାରିସ୍‌, ୭ା୪ : କରୋନା ଭାଇରସ୍‌ ବେଲଗାମ୍‌ ସ୍ଥିତିରେ ପହଞ୍ଚିଛି। ବିଶ୍ୱର ୨୦୯ ଦେଶରେ ଏହି ଭୂତାଣୁ ନିଜର ଅଧିକାର ଜାହିର କରିବା ପରେ ପ୍ରାୟ ୧୩ ଲକ୍ଷ ଲୋକଙ୍କୁ କବଳିତ କରିବାରେ ସକ୍ଷମ ହୋଇଛି। ଅଦ୍ୟାବଧି କରୋନା ଭାଇରସ୍‌ ବିଶ୍ୱବ୍ୟାପୀ ୭୨,୮୦୦ ଲୋକଙ୍କ ଜୀବନ ନେଇଥିବା ବେଳେ ଆମେରିକା ଓ ୟୁରୋପ ଦେଶଗୁଡ଼ିକରେ ଆତଙ୍କ ଖେଳାଇଛି। ଯଦିଓ କରୋନା ସଂକ୍ରମିତ ଥିବା ୨.୭୨ ଲକ୍ଷ ଲୋକ ଭଲହୋଇ ଘରକୁ ଫେରିଛନ୍ତି, ତଥାପି ସଂକ୍ରମଣର ପ୍ରକୋପ ସମସ୍ତଙ୍କୁ ଅକଳରେ ପକାଇଛି। ଗତ ୨୪ ଘଣ୍ଟାରେ ୧୭ ହଜାର ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ବିଶ୍ୱର ସବୁଠାରୁ ବିତ୍ତଶାଳୀ ରାଷ୍ଟ୍ର ଆମେରିକାରେ ଏହି ଭୂତାଣୁ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଏଠାରେ ଏବେ ମୃତ୍ୟୁସଂଖ୍ୟା ୧୦,୩୬୯କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୩.୩୮ ଲକ୍ଷରେ ପହଞ୍ଚିଛି। ୨୪ ଘଣ୍ଟାରେ ୧,୨୫୨ ଲୋକ ଏହି ଭୂତାଣୁ ସଂକ୍ରମଣରେ ଆସିଥିବା ବେଳେ ୪୮ଜଣ ପ୍ରାଣ ହରାଇଛନ୍ତି।
ୟୁରୋପୀୟ ଦେଶ ଇଟାଲୀ, ସ୍ପେନ୍‌, ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ୍‌ ସ୍ଥିତି କ୍ରମଶଃ ଜଟିଳ ହେବାରେ ଲାଗିଛି। ଇଟାଲୀରେ ସର୍ବାଧିକ ୧୫, ୮୮୭ ଜୀବନ କରୋନା ଭୂତାଣୁ ନେଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ଏଠାରେ ବଢ଼ି ୧.୨୯ ଲକ୍ଷରେ ପହଞ୍ଚିଛି। ସ୍ପେନ୍‌ରେ ଗୋଟିଏ ଦିନରେ ୫୨୮ ଜଣ ପ୍ରାଣ ହରାଇଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା ୧୩,୦୫୫କୁ ବୃଦ୍ଧିପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଏଠାରେ ରହିଛି ୩,୩୮୬। ଜର୍ମାନୀରେ ଲକ୍ଷାଧିକ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି। ଏଠାରେ ରୋଗୀଙ୍କ ସଂଖ୍ୟା ଭୟଙ୍କର ଭାବେ ବଢ଼ିଚାଲିଛି। ୧,୫୯୭ ମୁଣ୍ଡ ଏଠାରେ ଗଡ଼ିଲାଣି। ସେହିଭଳି ଭାବେ ଫ୍ରାନ୍ସରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୯୩ ହଜାରରେ ପହଞ୍ଚିଛି। ଏଠାରେ ୮,୦୭୮ ଜୀବନ ଭୂତାଣୁ ନେଲାଣି। ବ୍ରିଟେନରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୪୭,୮୦୬କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ୪,୯୩୫ ଛୁଇଁଛି। କରୋନାର ଉତ୍ପତ୍ତିସ୍ଥଳ ଚାଇନାରେ ସଂକ୍ରମିତଙ୍କ ସଂଖ୍ୟା ୮୧,୭୦୮ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୩,୩୩୧କୁ ବଢ଼ିଛି। ଏହାଛଡ଼ା ଇରାନରେ ୩,୭୩୯ ଜୀବନ ଯାଇଥିବା ବେଳେ ୬୦ ହଜାରରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଏଠାରେ ରହିଛନ୍ତି। ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ତୁର୍କୀରେ ଏହି ଭୂତାଣୁ ୫୭୪ ମୁଣ୍ଡ ନେଇଥିବା ବେଳେ ୨୭ ହଜାରରୁ ଅଧିକ ସଂକ୍ରମିତ ଅଛନ୍ତି। ସୁଇଜରଲାଣ୍ଡରେ ୭୩୪, ବେଲଜିୟମରେ ୧,୬୩୨, ନେଦରଲାଣ୍ଡ୍ସ୍‌ରେ ୧,୮୬୭, କାନାଡ଼ାରେ ୨୮୦, ପର୍ତ୍ତୁଗାଲରେ ୩୧୧, ବ୍ରାଜିଲରେ ୪୯୧, ସ୍ବିଡନ୍‌ରେ ୪୭୭, ଡେନ୍‌ମାର୍କରେ ୧୮୭, ରୋମାନିଆରେ ୧୬୨, ଫିଲିପାଇନ୍ସରେ ୧୬୭, ଇଣ୍ଡୋନେସିଆରେ ୨୦୯, ଆଲଜେରିଆରେ ୧୫୨ ଜୀବନ ଭୂତାଣୁ ନେଲାଣି। ଏପର୍ଯ୍ୟନ୍ତ କରୋନା ଭାଇରସ୍‌ର କୌଣସି ସଫଳ ଔଷଧ ବାହାରି ନ ଥିବାରୁ ବିଶ୍ୱରେ ଏଭଳି ଜଟିଳ ସ୍ଥିତିକୁ ନେଇ କୋକୁଆ ଭୟ ସୃଷ୍ଟିହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଶାହରୁଖ ଖାନ ଜଣେ ବିଶ୍ୱାସଘାତକ: ଭାଜପା ନେତାଙ୍କ ବିବାଦୀୟ ବୟାନ

ଲକ୍ଷ୍ନୌ,୧।୧: ଉତ୍ତର ପ୍ରଦେଶର ମିରଟରେ ଭାରତୀୟ ଜନତା ପାର୍ଟିର ଫାୟାରବ୍ରାଣ୍ଡ ନେତା ସଙ୍ଗୀତ ସୋମ ଚଳଚ୍ଚିତ୍ର ଅଭିନେତା ଶାହରୁଖ ଖାନଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri