କରୋନା ଉପରେ ଲଗାମ ନାହିଁ

ଓ୍ବାଶିଂଟନ/ରୋମ୍‌/ପ୍ୟାରିସ୍‌, ୭ା୪ : କରୋନା ଭାଇରସ୍‌ ବେଲଗାମ୍‌ ସ୍ଥିତିରେ ପହଞ୍ଚିଛି। ବିଶ୍ୱର ୨୦୯ ଦେଶରେ ଏହି ଭୂତାଣୁ ନିଜର ଅଧିକାର ଜାହିର କରିବା ପରେ ପ୍ରାୟ ୧୩ ଲକ୍ଷ ଲୋକଙ୍କୁ କବଳିତ କରିବାରେ ସକ୍ଷମ ହୋଇଛି। ଅଦ୍ୟାବଧି କରୋନା ଭାଇରସ୍‌ ବିଶ୍ୱବ୍ୟାପୀ ୭୨,୮୦୦ ଲୋକଙ୍କ ଜୀବନ ନେଇଥିବା ବେଳେ ଆମେରିକା ଓ ୟୁରୋପ ଦେଶଗୁଡ଼ିକରେ ଆତଙ୍କ ଖେଳାଇଛି। ଯଦିଓ କରୋନା ସଂକ୍ରମିତ ଥିବା ୨.୭୨ ଲକ୍ଷ ଲୋକ ଭଲହୋଇ ଘରକୁ ଫେରିଛନ୍ତି, ତଥାପି ସଂକ୍ରମଣର ପ୍ରକୋପ ସମସ୍ତଙ୍କୁ ଅକଳରେ ପକାଇଛି। ଗତ ୨୪ ଘଣ୍ଟାରେ ୧୭ ହଜାର ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ବିଶ୍ୱର ସବୁଠାରୁ ବିତ୍ତଶାଳୀ ରାଷ୍ଟ୍ର ଆମେରିକାରେ ଏହି ଭୂତାଣୁ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଏଠାରେ ଏବେ ମୃତ୍ୟୁସଂଖ୍ୟା ୧୦,୩୬୯କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୩.୩୮ ଲକ୍ଷରେ ପହଞ୍ଚିଛି। ୨୪ ଘଣ୍ଟାରେ ୧,୨୫୨ ଲୋକ ଏହି ଭୂତାଣୁ ସଂକ୍ରମଣରେ ଆସିଥିବା ବେଳେ ୪୮ଜଣ ପ୍ରାଣ ହରାଇଛନ୍ତି।
ୟୁରୋପୀୟ ଦେଶ ଇଟାଲୀ, ସ୍ପେନ୍‌, ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ୍‌ ସ୍ଥିତି କ୍ରମଶଃ ଜଟିଳ ହେବାରେ ଲାଗିଛି। ଇଟାଲୀରେ ସର୍ବାଧିକ ୧୫, ୮୮୭ ଜୀବନ କରୋନା ଭୂତାଣୁ ନେଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ଏଠାରେ ବଢ଼ି ୧.୨୯ ଲକ୍ଷରେ ପହଞ୍ଚିଛି। ସ୍ପେନ୍‌ରେ ଗୋଟିଏ ଦିନରେ ୫୨୮ ଜଣ ପ୍ରାଣ ହରାଇଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା ୧୩,୦୫୫କୁ ବୃଦ୍ଧିପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଏଠାରେ ରହିଛି ୩,୩୮୬। ଜର୍ମାନୀରେ ଲକ୍ଷାଧିକ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି। ଏଠାରେ ରୋଗୀଙ୍କ ସଂଖ୍ୟା ଭୟଙ୍କର ଭାବେ ବଢ଼ିଚାଲିଛି। ୧,୫୯୭ ମୁଣ୍ଡ ଏଠାରେ ଗଡ଼ିଲାଣି। ସେହିଭଳି ଭାବେ ଫ୍ରାନ୍ସରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୯୩ ହଜାରରେ ପହଞ୍ଚିଛି। ଏଠାରେ ୮,୦୭୮ ଜୀବନ ଭୂତାଣୁ ନେଲାଣି। ବ୍ରିଟେନରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୪୭,୮୦୬କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ୪,୯୩୫ ଛୁଇଁଛି। କରୋନାର ଉତ୍ପତ୍ତିସ୍ଥଳ ଚାଇନାରେ ସଂକ୍ରମିତଙ୍କ ସଂଖ୍ୟା ୮୧,୭୦୮ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୩,୩୩୧କୁ ବଢ଼ିଛି। ଏହାଛଡ଼ା ଇରାନରେ ୩,୭୩୯ ଜୀବନ ଯାଇଥିବା ବେଳେ ୬୦ ହଜାରରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଏଠାରେ ରହିଛନ୍ତି। ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ତୁର୍କୀରେ ଏହି ଭୂତାଣୁ ୫୭୪ ମୁଣ୍ଡ ନେଇଥିବା ବେଳେ ୨୭ ହଜାରରୁ ଅଧିକ ସଂକ୍ରମିତ ଅଛନ୍ତି। ସୁଇଜରଲାଣ୍ଡରେ ୭୩୪, ବେଲଜିୟମରେ ୧,୬୩୨, ନେଦରଲାଣ୍ଡ୍ସ୍‌ରେ ୧,୮୬୭, କାନାଡ଼ାରେ ୨୮୦, ପର୍ତ୍ତୁଗାଲରେ ୩୧୧, ବ୍ରାଜିଲରେ ୪୯୧, ସ୍ବିଡନ୍‌ରେ ୪୭୭, ଡେନ୍‌ମାର୍କରେ ୧୮୭, ରୋମାନିଆରେ ୧୬୨, ଫିଲିପାଇନ୍ସରେ ୧୬୭, ଇଣ୍ଡୋନେସିଆରେ ୨୦୯, ଆଲଜେରିଆରେ ୧୫୨ ଜୀବନ ଭୂତାଣୁ ନେଲାଣି। ଏପର୍ଯ୍ୟନ୍ତ କରୋନା ଭାଇରସ୍‌ର କୌଣସି ସଫଳ ଔଷଧ ବାହାରି ନ ଥିବାରୁ ବିଶ୍ୱରେ ଏଭଳି ଜଟିଳ ସ୍ଥିତିକୁ ନେଇ କୋକୁଆ ଭୟ ସୃଷ୍ଟିହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri