Posted inଜାତୀୟ

‘କରୋନା ଉପରେ ନିର୍ଭର କରେ ଅର୍ଥ ବ୍ୟବସ୍ଥା ଭାଗ୍ୟ’

ନୂଆଦିଲ୍ଲୀ,୧୪।୩: କରୋନା ଭାଇରସ ଉପରେ ଭାରତୀୟ ଅର୍ଥ ବ୍ୟବସ୍ଥାର ଭାଗ୍ୟ ନିର୍ଭର କରେ। ଏହି ଭାଇରସ ବ୍ୟାପିବା ଆରମ୍ଭ କଲେ ଭାରତ ଏହା ଦ୍ୱାରା ଗଭୀର ଭାବେ ପ୍ରଭାବିତ ହେବ ବୋଲି ବିଶିଷ୍ଟ ଅର୍ଥନୀତିଜ୍ଞ ସ୍ବାମୀନାଥନ ଆୟର ସରକାରଙ୍କୁ ସତର୍କ କରାଇଛନ୍ତି। ସେ କହିଛନ୍ତି ଯେ, ଭାଇରସର ପ୍ରଭାବ କେବେ ଯାଏ ରହିବ ସେ ନେଇ କେହି ସ୍ପଷ୍ଟ ସୂଚନା ଦେଇ ପାରିବ ନାହିଁ। ଯଦି ଏହା ୩ ମାସ ଯାଏ ଲାଗି ରହେ ତେବେ ନିଶ୍ଚିତ ପକ୍ଷେ ମାନ୍ଦାବସ୍ଥା ସ୍ଥିତି ଆସିଯିବ। ଏଭଳି ସ୍ଥିତି ଉପୁଜିଲେ ତ୍ୱରିତ ଅଭିବୃଦ୍ଧି ଆଶା କରିବା କ୍ଷୀଣ ବୋଲି ସେ ମତ ରଖିଛନ୍ତି। ସେହିଭଳି ଭାଇରସ ପ୍ରଭାବ ୬ ମାସ ରହିଲେ ଏହା ଦେଶକୁ ଏକ ବଡ ବିପଦ ମୁହଁକୁ ଠେଲିଦେବ। ଯଦି ଏହା ୯ ମାସ ରହେ ତେବେ ଅନେକ ସଂଖ୍ୟାରେ ଲୋକ ରୋଗରେ ଆକ୍ରାନ୍ତ ହେବେ। ଅନେକ ଲୋକ ମୃତ୍ୟୁ ମୁଖରେ ପଡ଼ିବା ଯୋଗୁ ଅର୍ଥବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ଉପୁଜିଥିବା ସେ ସୂଚନା ଦେଇଛନ୍ତି। ସେ ସ୍ପେନରେ ଭାଇରସ ଫ୍ଲୁ ସମ୍ପର୍କରେ ମନେ ପକାଇ କହିଛନ୍ତି ଯେ, ଏହା ୨୦୦ ନିୟୁତ ଲୋକଙ୍କୁ ଆକ୍ରାନ୍ତ କରିଥିଲା ବେଳେ ଏଥିରେ ୫୦ ନିୟୁତ ଲୋକଙ୍କ ପ୍ରାଣହାନି ଘଟିଥିଲା। ଏହାବାଦ ଭାଇରସର ପ୍ରଭାବ ଗୋଟିଏ ବର୍ଷ ରହିଲେ ଦେଶର ଆର୍ଥତ୍କ କ୍ଷେତ୍ର ଗଭୀର ଭାବେ କ୍ଷତିଗ୍ରସ୍ତ ହେବ ବୋଲି ସେ ମତ ରଖିଛନ୍ତି। ଏହା ଦ୍ୱାରା ଦେବାଳିଆ ଘଟଣା ଅଧିକ ଦେଖାଯିବ। ବ୍ୟାଙ୍କଗୁଡିକ ଋଣ ପଇଠ କରିବାକୁ ବେଶି ଅବସର ପାଇବେ ନାହିଁ। ଏଭଳି ସ୍ଥିତିରେ ୨୦୦୮ ଭଳି ଆର୍ଥତ୍କ ସମସ୍ୟା ଉପୁଜିପାରେ। ଏହା ହେଲେ ସରକାର ଏବଂ କେନ୍ଦ୍ରୀୟ ବ୍ୟାଙ୍କ ନୀତି କାମ କରିବ ନାହିଁ। ଏଣୁ ଭାଇରସର ପ୍ରଭାବ ଅତ୍ୟନ୍ତ ଚିନ୍ତାଜନକ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri