କରୋନା ଆତଙ୍କ: ଭାରତୀୟଙ୍କ ସ୍କ୍ରିନିଂ ପାଇଁ ମ୍ୟାନମାର୍‌ ସୀମାରେ ଲାଗିଲା ଇନଫ୍ରାରେଡ୍‌ ଥର୍ମୋମିଟର

ଇମ୍ଫାଲ୍‌/ନାପିତ୍ୱ,୨୮।୧: ଏବେ କରୋନା ଭୁତାଣୁ ସଂକ୍ରମଣ ନେଇ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ଆତଙ୍କ ଦେଖାଦେଇଛି। ଏହାକୁ ନେଇ ଭିନ୍ନ ଭିନ୍ନ ରାଷ୍ଟ୍ର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଳାଗିଛନ୍ତି। ଏହି ମର୍ମରେ ଭାରତୀୟଙ୍କ ସ୍କ୍ରିନିଂ ପାଇଁ ମ୍ୟାନମାର୍‌ ସୀମାରେ ଇନଫ୍ରାରେଡ୍‌ ଥର୍ମୋମିଟର ଲଗାଯାଇଛି। ଏହି ଇନଫ୍ରାରେଡ୍‌ ଥର୍ମୋମିଟର କରୋନା ସଂକ୍ରମିତଙ୍କ ସମ୍ପର୍କରେ ସୂଚନା ଦେଇପାରିବ। ଏହାକୁ ମ୍ୟାନମାର୍‌ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଣିପୁରର ମୋରହସ୍ଥିତ ନାମପୋଲଙ୍ଗ୍‌ ବଜାରରେ ଲଗାଯାଇଛି। ଭାରତ-ମ୍ୟାନମାର୍‌ ମଧ୍ୟରେ ମୋରହ ଏକ ମୁଖ୍ୟ ବ୍ୟବସାୟିକ କେନ୍ଦ୍ର। ଭାରତୀୟ ନାଗରିକଙ୍କୁ ପ୍ରତିିଦିନ ମ୍ୟାନ୍‌ମାର୍‌ର ୧୬ କିମି ପର୍ଯ୍ୟନ୍ତ ଯିବାର ଅନୁମତି ରହିଛି। ତେବେ ଅପରାହ୍ନ ୪ଟା ପୂର୍ବରୁ ସେମାନଙ୍କୁ ଭାରତ ଫେରିବାକୁ ପଡ଼ିଥାଏ।

Share