କରୋନା ଆତଙ୍କ ବେଳେ ସ୍ବାମୀଙ୍କ ମୃତ୍ୟୁ ଆଣିଛି ଦୁଃଖ

ଲାଠୋର, ୨୦ା୪ (ଡି.ଏନ.ଏ.)  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅଧୀନ ଜଲପାଙ୍କେଲ ଗ୍ରାମର ସୁଜାତା ମେହେର(୨୭)। ସ୍ବାମୀ ଦୁର୍ଯ୍ୟୋଧନ ମେହେର(୩୦), ଝିଅ ଗୀତା(୮) ଓ ପୁଅ ତପ(୫)କୁ ନେଇ ତାଙ୍କର ତେଲଲୁଣର ସଂସାର। କରୋନା ଆତଙ୍କ ସହ ଲକ୍‌ଡାଉନ ଯୋଗୁ ଆର୍ଥିକ ଅନଟନରେ ବୁଡିଯାଇଥିଲା ସୁଜାତାଙ୍କ ବୁଣାକାର ପରିବାର ା ବ୍ୟବସାୟ ନ ଥିବାରୁ ପରିବାର ସଦସ୍ୟମାନେ ହାତବାନ୍ଧି ବସିଥିଲେ ା ତଥାପି ଦଇବ ସହିଲା ନାହିଁ ା ଏହି ପରିବାର ଉପରେ ମାଡି ଆସିଲା ଆଉ ଏକ କଳା ମେଘ। ଗତ ୧୨ ତାରିଖରେ ଜ୍ୱରରେ ଆକ୍ରାନ୍ତ ହୋଇଥିବା ସ୍ବାମୀ ଦୁର୍ଯ୍ୟୋଧନଙ୍କ ପାଟଣାଗଡ଼ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଲା। ଏପରି ଖବର ପାଇବା ପରେ ସୁଜାତାଙ୍କ ପାଦତଳ ମାଟି ଯେମିତି ଫାଟି ଯାଇଥିଲା ା ଦୁଇ ଛୋଟ ପିଲାଙ୍କୁ ଧରି ସେ କ’ଣ କରିବେ କିଛି ଚିନ୍ତା ବି କରି ପାରି ନ ଥିଲେ ା ଏବେ ଭାଗ୍ୟକୁ ଆଦରି କେବଳ ଲୁହ ଗଡ଼ାଇବା ଛଡ଼ା ତାଙ୍କ ପାଖରେ ଅନ୍ୟ କୌଣସି ଚାରା ନାହିଁ ା
ଦୁର୍ଯ୍ୟୋଧନ ମେହେରଙ୍କର ସମ୍ପତ୍ତି ବୋଲି କିଛି ନାହିଁ। ନିଜର କୌଳିକ ବୃତ୍ତି ଲୁଗା ବୁଣି ପରିବାର ପ୍ରତିପୋଷଣ କରୁଥିଲେ ସେ। ମହାଜନଙ୍କଠାରୁ ସୂତା ଆଣି ଲୁଗା ବୁଣିବା ପରେ ସ୍ଥାନୀୟ ବଜାରରେ ବିକ୍ରି କରୁଥିଲେ। ଏଥିରୁ ଯାହା ମିଳୁଥିଲା ସେଥିରେ ବଡକଷ୍ଟରେ ଚାରି ପ୍ରାଣୀ କୁଟୁମ୍ବ ଚଳାଇବା କଠିନ ହେଉଥିଲା। କରୋନା ଭୟବହତାକୁ ଲକ୍ଷ୍ୟ କରି ସରକାର ଲକ୍‌ଡାଉନ ଘୋଷଣା କରିବା ପରେ ଅନ୍ୟମାନଙ୍କ ପରି ଏହି ବୁଣାକାର ପରିବାରର ଉପାର୍ଜନା ଉପରେ ପଡିଥିଲା ଚଡ଼କ। ବୁଣିଥିବା ଲୁଗା ବିକ୍ରି ହୋଇ ନ ପାରି ଘରେ ପଡି ରହିଲା। ଏଥିସହିତ କଞ୍ଚାମାଲ ସଂଗ୍ରହ ବି ହୋଇ ପାରିଲାନି। ଏପରି ଦୁଃଖଦ ପରିସ୍ଥିତି ବେଳେ ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ସବୁକିଛି ଯେମିତି ଓଲଟପାଲଟ କରିଥିଲା ା ସରକାରୀ ସାହାଯ୍ୟ କହିଲେ ଆବାସ ଯୋଜନାରେ ଘର ଖଣ୍ଡିଏ ଏବଂ ମାସକୁ ପଞ୍ଚାୟତରୁ ମିଳୁଥିବା ୧୦ କେଜି ଚାଉଳ ଏହି ପରିବାର ପାଇଁ ସାହା ଭରସା ହୋଇଛି ା ଏତିକିରେ ସୁଜାତା କିପରି ନିଜ ପରିବାର ଚଳାଇବେ ସେହି ଚିନ୍ତାରେ ପଡ଼ିଛନ୍ତି ା ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri