କରୋନା ଆତଙ୍କ: କୁକୁର ଫେସ୍‌ ମାସ୍କ୍‌ ବିକ୍ରିରେ ୧୦ ଗୁଣା ବୃଦ୍ଧି

ବେଜିଂ, ୨।୨: ଚାଇନାର ବୁହାନରେ କରୋନା ଭୁତାଣୁ ସଂକ୍ରମଣ ମହାମାରୀ ଭଳି ବ୍ୟାପିବାରେ ଲାଗିଛି। ଏଥିରୁ ସୁରକ୍ଷିତ ରହିବା ପାଇଁ ଲୋକେ ଫେସ୍‌ ମାସ୍କ୍‌ ବ୍ୟବହାର କରୁଛନ୍ତି। ନିଜ ପୋଷା କୁକୁରଙ୍କୁ ଏହି ଭୁତାଣୁ ସଂକ୍ରମଣରୁ ସୁରକ୍ଷିତ ରଖିବା ଲାଗି ଲୋକେ କୁକୁର ଫେସ୍‌ ମାସ୍କ୍‌ ମଧ୍ୟ କିଣୁଛନ୍ତି। ଇତିମଧ୍ୟରେ ଚାଇନାରେ କୁକୁର ଫେସ୍‌ ମାସ୍କ୍‌ ବିକ୍ରିରେ ୧୦ ଗୁଣା ବୃଦ୍ଧି ହୋଇଥିବା କୁହାଯାଉଛି। ଏହାକୁ ପିନ୍ଧାଇବା ଦ୍ୱାରା ତଳେ ପଡ଼ିଥିବା ଖାଦ୍ୟ କୁକୁର ଖାଇପାରିବ ନାହିଁ। ଏହା ସହିତ ବାହାରର ପ୍ରଦୂଷିତ ବାୟୁରୁ ମଧ୍ୟ କୁକୁର ସୁରକ୍ଷିତ ରହିପାରିବ।

Share