କରୋନା ଆତଙ୍କରେ ବି ପ୍ରତି କର୍ମଚାରୀଙ୍କୁ ୭୪,୦୦୦ଟଙ୍କା ବୋନସ ଦେବ ଫେସବୁକ

ଓ୍ବାଶିଂଟନ,୧୮।୩: କରୋନା ସଂକ୍ରମଣ ଆତଙ୍କରେ ସାରା ପୃଥିବୀ ଭୟଭୀତ। ଫେସବୁକ୍‌ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛି। ଏହା ସହିତ କରୋନା ଆତଙ୍କରେ ବି ପ୍ରତି କର୍ମଚାରୀଙ୍କୁ ୭୪,୦୦୦ଟଙ୍କାର ବୋନସ ଦେବାକୁ ଫେସବୁକ ସିଇଓ ମାର୍କ ଜୁକେରବର୍ଗ ଘୋଷଣା କରିଛନ୍ତି। ଚଳିତ ଜାନୁୟାରୀ ସୁଦ୍ଧା ରିପୋର୍ଟ ଅନୁସାରେ ଫେସବୁକର ୪୫ ହଜାର ଫୁଲ ଟାଇମ୍‌ କର୍ମଚାରୀ ଅଛନ୍ତି। ଏହା ସହିତ ବହୁ ଠିକା କର୍ମଚାରୀ ମଧ୍ୟ ଫେସବୁକରେ କାର୍ଯ୍ୟ କରୁଛନ୍ତି। ତେବେ ଠିକା କର୍ମଚାରୀଙ୍କୁ ବୋନସ ମିଳିବ କି ନାହିଁ ସେ ନେଇ କୌଣସି ସୂଚନା ମିଳି ନାହିଁ। ଫେସବୁକ ଭଳି ଓ୍ବାର୍କଡେ ନାମକ ସଫ୍ଟଓ୍ବେର କମ୍ପାନୀ ମଧ୍ୟ କର୍ମଚାରୀଙ୍କୁ ବୋନସ ଦେବା ସମ୍ପର୍କରେ ସୋମବାର ଘୋଷଣା କରିଥିଲା।

Share