କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ମାଷ୍ଟରଟିକ୍ରାରୁ ହଟିଲା କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ କଟକଣା

ବରଗଡ଼ ଅଫିସ,୭ା୬: କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବରଗଡ଼ ପୌର ପରିଷଦ ଅଧୀନ ଓ୍ବାର୍ଡ ନଂ-୧୪ର ସୁବାସ ନଗର(ମାଷ୍ଟରଟିକ୍ରା) ଏବଂ ସ୍ଥାନୀୟ ଶ୍ରାରାମ ମନ୍ଦିରରୁ ମାଷ୍ଟରଟିକ୍ରା ଛକ ପର୍ଯ୍ୟନ୍ତ ରାସ୍ତାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା। ସେହିପରି ସୁବାସ ନଗର ଏବଂ ବ୍ରହ୍ମବିହାରରେ ବଫର୍‌ ଜୋନ୍‌ କଟକଣା ଲାଗୁ ହୋଇଥିଲା। ତେବେ ଆକ୍ରାନ୍ତ ଜଣକ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ଉପରୋକ୍ତ ଅଞ୍ଚଳରୁ ସଂଗୃହୀତ ସ୍ବାବ୍‌ ନମୁନା  ନେଗେଟିଭ ରିପୋର୍ଟ ଆସିଛି। ଏହାପରେ ରବିବାରରୁ ମାଷ୍ଟରଟିକ୍ରା,ସୁବାସ ନଗର ଏବଂ ବ୍ରହ୍ମବିହାର ଅଞ୍ଚଳରୁ ଉଭୟ କଣ୍ଟେନମେଣ୍ଟ ଏବଂ ବଫର୍‌ ଜୋନ୍‌ କଟକଣାକୁ ହଟାଇ ଦିଆଯାଇଛି। ଅନ୍ୟପଟେ ସରକାରଙ୍କ ଗାଇଡ୍‌ଲାଇନ୍‌ ମୁତାବକ ଲକ୍‌ଡାଉନ୍‌ କଟକଣା ବଳବତ୍ତର ରହିବ ବୋଲି ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏକ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।